ମୁମ୍ବାଇ:ବିଦେଶୀ ପାଣ୍ଠିର ନିରନ୍ତର ପ୍ରବାହ ଏବଂ ରିଲିଆନ୍ସ ଇଣ୍ଡଷ୍ଟ୍ରୀ, HDFC ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ସେୟାର ଖସିବା ସହ ଗୁରୁବାର କାରବାର ଆରମ୍ଭରେ ୧୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି ସେନସେକ୍ସ । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ ୧୭୮.୬୦ ପଏଣ୍ଟ ବା ୦.୩୦ ପ୍ରତିଶତ ଖସି 59,234.67ରେ କାରବାର କରୁଛି । ଏହିଭଳି ଭାବେ ନିଫ୍ଟି 49.15 ପଏଣ୍ଟ ବା 0.28 ପ୍ରତିଶତ ହ୍ରାସ ପାଇ 17,662.15ରେ ପହଞ୍ଚିଛି ।
ସେନସେକ୍ସରେ ରିଲିଆନ୍ସ ଇଣ୍ଡଷ୍ଟ୍ରୀର ପାଖାପାଖି ୧ ପ୍ରତିଶତ ସେୟାର ମୂଲ୍ୟ ହ୍ରାସ ସହ ସବୁଠୁ ଅଧିକ କ୍ଷତି ହୋଇଛି । ଏହାପରେ ପାୱାରଗ୍ରୀଡ, କୋଟାକ ବ୍ୟାଙ୍କ, ମାରୁତି, ବଜାଜ ଅଟୋ ଏବଂ ଏକ୍ସିସ ବ୍ୟାଙ୍କର ସେୟାର ଖସିଛି । ଅନ୍ୟପଟେ ଆଜି ଟାଟା ଷ୍ଟିଲ, ଏଲ ଆଣ୍ଡ ଟି, ଏନଟିପିସି, ଭାରତୀ ଏୟାରଟେଲ ଏବଂ ଏଚୟୁଏଲର ସେୟାର ଚମକି ଥିବା ଦେଖାଯାଇଛି ।