ଓଡିଶା

odisha

ETV Bharat / business

ବଜେଟ ପୂର୍ବରୁ ବଜାର ବେଲଗାମ, 2 ଦିନରେ ସେନସେକ୍ସ 645 ପଏଣ୍ଟ ହ୍ରାସ - ସେନସେକ୍ସରେ 645 ପଏଣ୍ଟ ହ୍ରାସ

ବଜାରରେ କୋରୋନା ଭାଇରସ ଆତଙ୍କ ପ୍ରଭାବ । ଫଳରେ ବଜେଟ ପୂର୍ବରୁ ବେଲଗାମ ହୋଇଛି ପୁଞ୍ଜି ବଜାର । 2 ଦିନରେ ପାଖାପାଖୀ 645 ପଏଣ୍ଟ ଖସିଲା ସେନସେକ୍ସ । ସେହିଭଳି ନିଫ୍ଟି ବି 94 ପଏଣ୍ଟ ଖସିଛି ।

Sensex falls for second day
ବଜେଟ ପୂର୍ବରୁ ବଜାର ବେଲଗାମ, 2 ଦିନରେ ସେନସେକ୍ସ 645 ପଏଣ୍ଟ ହ୍ରାସ

By

Published : Jan 28, 2020, 5:21 PM IST

ମୁମ୍ବାଇ: ବଜେଟ ପୂର୍ବରୁ ବଜାର ବେଲଗାମ । 2 ଦିନରେ ପାଖାପାଖୀ 645 ପଏଣ୍ଟ ଖସିଲା ସେନସେକ୍ସ । ସେହିଭଳି ନିଫ୍ଟି ବି 94 ପଏଣ୍ଟ ଖସିଛି । ଫେବୃଆରୀ ପହିଲାରେ ଆଗତ ହେବ 2020-21 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ।

ସେୟାର ବଜାରକୁ ଘାରିଛି କୋରୋନା ଭାଇରସ ଚିନ୍ତା । ଏଥିଯୋଗୁଁ ଅନ୍ତର୍ଜାତୀୟ ଇକ୍ୟୁଟି ବଜାରରେ ସେୟାର ସୂଚକାଙ୍କ ଖସିବାରେ ଲାଗିଛି । ତେବେ ମଙ୍ଗଳବାର ଅଭିବୃଦ୍ଧି ସହ କାରବାର ହୋଇଥିଲା ବେଳେ ବନ୍ଦ ସୁଦ୍ଧା ସେନସେକ୍ସ ଭାରୀ ମାତ୍ରାରେ ହ୍ରାସ ପାଇଛି ।

ସପ୍ତାହର ଦ୍ବିତୀୟ କାରବାର ଦିନରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ କାରବାର ଆରମ୍ଭରେ 188 ପଏଣ୍ଟ କମି 40,966.86ରେ ବନ୍ଦ ହୋଇଥିଲା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି12,119.00 ପଏଣ୍ଟରେ ବନ୍ଦ ହୋଇଛି ।

ପ୍ରକାଶ ଯେ, ସୋମବାର ଅନ୍ତର୍ଜାତୀୟ ବଜାରରେ ହ୍ରାସ ଲାଗିତିବାରୁ ଭାରତୀୟ ପୁଞ୍ଜି ବଜାର ଭାରୀ ମାତ୍ରାରେ ପ୍ରଭାବିତ ହୋଇଥିଲା । କରୋନା ଭାଇରସ ଆତଙ୍କ ମଧ୍ୟରେ ବହୁତ ଆସେସଟସ ଚାହିଦା କମିବାରେ ଲାଗିଛି । ଏଥିଯୋଗୁଁ ସୋମବାର ସେନସେକ୍ସ 458 ପଏଣ୍ଟ କମି 41,155 ପଏଣ୍ଟକୁ ଖସିଥିଲା । ସେନସେକ୍ସର 30 ଷ୍ଟକରୁ 22ରେ ହ୍ରାସ ଦେଖାଦେଇଥିଲା ।

ABOUT THE AUTHOR

...view details