ଓଡିଶା

odisha

ETV Bharat / business

ଟ୍ରେଡୱାର ବୁଝମଣା ପୂର୍ବରୁ ଚୀନକୁ ଝଟକା, ରେଡ ଆଲର୍ଟରେ ବଜାର ବନ୍ଦ - sensex fall

ପୁଣି ଆମେରିକା-ଚୀନ ତୁତୁ ମେମେ ଭିତରେ ଖସିଲା ବଜାର । ଟ୍ରେଡୱାର ଅନ୍ତ ହେବାକୁ ଥିଲେ ବି ଚୀନ ସାମଗ୍ରୀରୁ ଆମଦାନୀ ଶୁଳ୍କ ହଟାଇବାକୁ ପ୍ରସ୍ତୁତ ନାହିଁ ଆମେରିକା । ଏହି ଆଶଙ୍କାରେ ବୁଧବାର ବଜାରର ଥଣ୍ଡା ପଡିଯାଇଛି

sensex falls 80 points on wednesday share market closed on red sign
ଟ୍ରେଡୱାର ବୁଝମଣା ପୂର୍ବରୁ ଚୀନକୁ ଝଟକା, ରେଡ ଆଲର୍ଟରେ ବଜାର ବନ୍ଦ

By

Published : Jan 15, 2020, 7:42 PM IST

ମୁମ୍ବାଇ: ପୁଣି ଆମେରିକା-ଚୀନ ତୁତୁ ମେ ମେ ଭିତରେ ଖସିଲା ବଜାର । ଟ୍ରେଡୱାର ଅନ୍ତ ହେବାକୁ ଥିଲେ ବି ଚୀନ ସାମଗ୍ରୀରୁ ଆମଦାନୀ ଶୁଳ୍କ ହଟାଇବାକୁ ପ୍ରସ୍ତୁତ ନାହିଁ ଆମେରିକା । ତେବେ ଏହାରି ଭିତରେ ବୁଧବାର ବଜାରରେ ଥଣ୍ଡା ପଡିଯାଇଛି । ଉଭୟ ସେନସେକ୍ସ ଓ ନିଫ୍ଟ ତଳମୁହାଁ ସହ କାରବାର ବନ୍ଦ କରିଛନ୍ତି ।


କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 79.90 ପଏଣ୍ଟ କମି 41,872.73 ରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 19 ପଏଣ୍ଟ ହ୍ରାସ ପାଇ 12,343.30 ରେ କାରବାର ବନ୍ଦ କରିଛି।

ତେବେ ସେନସେକ୍ସର 30 ସେୟାର ମଧ୍ୟରୁ 15ଟିରେ ଅଭିବୃଦ୍ଧି ଦେଖାଦେଇଛି । ହିରୋ ମୋଟର କ୍ୟାପ, ଟାଇଟନ, ଏସିଆନ ପେଣ୍ଟସ୍, ମାରୁତି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସେୟାରରେ ସର୍ବାଧିକ ଅଭିବୃଦ୍ଧି ଦେଖାଦେଇଛି ।

ସେହିପରି ସେନସେକ୍ସର ହ୍ରାସ ସେୟାରରେ ଇଣ୍ଡସଇଣ୍ଡ ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଇମ୍ଫୋସିସ, ପାୱରଗ୍ରୀଡ , ଏଚଡିଏଫସି ବ୍ୟାଙ୍କ ରହିଛି ।

ABOUT THE AUTHOR

...view details