ଓଡିଶା

odisha

ETV Bharat / business

ସବୁଜରେ ବନ୍ଦ ବଜାର, 31 ହଜାର ନିକଟତର ସେନସେକ୍ସ

ଗୁରୁବାର ସେନସେକ୍ସ 114 .29 ପଏଣ୍ଟ ବଢି 30,932.90 ପଏଣ୍ଚରେ ବନ୍ଦ ହୋଇଛି । ସେହିପରି ନିଫ୍ଟି 39.70 ପଏଣ୍ଟ ଅଭିବୃଦ୍ଧି ସହ 9106.25 ପଏଣ୍ଟରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

Sensex ends 114 pts higher, ITC surges 7%
ସବୁଜରେ ବନ୍ଦ ବଜାର, 31 ହଜାର ନିକଟତର ସେନସେକ୍ସ

By

Published : May 21, 2020, 6:56 PM IST

ନୂଆଦିଲ୍ଲୀ: ଲଗାତାର ତୃତୀୟ ଦିନ ଧରି ସବୁଜ ସଙ୍କେତରେ ବନ୍ଦ ହୋଇଛି ଭାରତୀୟ ସେୟାର ବଜାର । ଗୁରୁବାର ସେୟାର ସୂଚକାଙ୍କ ଉପରମୁହାଁ ବନ୍ଦ ହୋଇଛି କାରବାର ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 114 .29 ପଏଣ୍ଟ ବଢି 30,932.90 ପଏଣ୍ଚରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 39.70 ପଏଣ୍ଟ ଅଭିବୃଦ୍ଧି ସହ 9106.25 ପଏଣ୍ଟରେ କାରବାର ଶେଷ କରିଛି ।

ସେନସେକ୍ସର 30 ସେୟାର ମଧ୍ୟରୁ 17 ସେୟାରରେ ଦ୍ରୁତ ଅଭିବୃଦ୍ଧି ଦେଖାଦେଇଥିଲା ବେଳେ 13 ସେୟାର ହ୍ରାସ ସହ ବନ୍ଦ ହୋଇଛି । ତେବେ ସବୁଠୁ ଅଧିକ ଉଛୁଳିଥିବା 5 ସେୟାର ମଧ୍ୟରେ ଆଇଟିସି (7.48 ପ୍ରତିଶତ), ଏସିଆନ ପେଣ୍ଟ୍ (4.97 ପ୍ରତିଶତ), ହିରୋ ମୋଟକର୍ପ (3.93 ପ୍ରତିଶତ), ମାରୁତି (2.14 ପ୍ରତିଶତ) ଏବଂ ବଜାଜ ଅଟୋ (2.57 ପ୍ରତିଶତ) ରହିଛି ।

ସେହିଭଳି ସେନସେକ୍ସର ସବୁଠୁ ଅଧିକ ହ୍ରାସ ହୋଇଥିବା ସେୟାର ମଧ୍ୟରେ ଇଣ୍ଡସାଇଣ୍ଡ ବ୍ୟାଙ୍କ (2.91 ପ୍ରତିଶତ), ଏନଟିପିସି (2.74 ପ୍ରତିଶତ), ବଜାଜ ଫାଇନାନ୍ସ (2.65 ପ୍ରତିଶତ), HDFC (1.88 ପ୍ରତିଶତ) ଏବଂ L&T (1.75 ପ୍ରତିଶତ) ସାମିଲ ଅଛି ।

ABOUT THE AUTHOR

...view details