ମୁମ୍ବାଇ: ମାନ୍ଦାରେ ଚାଲିଛି କାରବାର। ଆରମ୍ଭରୁ ସେନସେକ୍ସ ହ୍ରାସ ପାଇବା ସହ ନିବେଶକ ମାନେ ନିରାଶ ହୋଇଛନ୍ତି। ତେବେ ବିଶ୍ବ ବଜାରରେ ମିଶ୍ରିତ ଧାରା ମଧ୍ୟରେ ଇଣ୍ଡେକ୍ସ ମେଜର ଇନଫୋସିସ୍,ଏଚଡିଏଫସି ଓ ଟିସିଏସ ରେ ଇକ୍ବିଟି ବେଞ୍ଚମାର୍କରେ ସେନସେକ୍ସ 200 ପଏଣ୍ଟ ହ୍ରାସ ପାଇଛି। ପ୍ରାରମ୍ଭରୁ ବିଏସଇ ସେନସେକ୍ସ 203.52 ପଏଣ୍ଟ ହ୍ରାସ ପାଇ 48,831.15ରେ ପହଁଞ୍ଚିଥିବା ବେଳେ ଏନଏସଇ ନିଫ୍ଟି 70.60 ପଏଣ୍ଟ କିମ୍ବା 14,363.10ରେ ପହଁଞ୍ଚିଛି।
ଆରମ୍ଭରୁ 200 ପଏଣ୍ଟ ଖସିଲା ସେନସେକ୍ସ, ନିଫ୍ଟି 14400 ତଳେ - Sensex drops over 200 pts
ଆରମ୍ଭରୁ ସେନସେକ୍ସ ହ୍ରାସ ପାଇବା ସହ ନିବେଶକ ମାନେ ନିରାଶ ହୋଇଛନ୍ତି। ସେନସେକ୍ସ ପ୍ୟାକରେ ଇଣ୍ଡସଇଣ୍ଡିଆ ବ୍ୟାଙ୍କ ସର୍ବାଧିକ କ୍ଷତି ସହିଥିବା ବେଳେ ପାଖାପାଖି 3 ପ୍ରତିଶତକୁ ହ୍ରାସ ପାଇଥିଲା। ଅଧିକ ପଢନ୍ତୁ...
![ଆରମ୍ଭରୁ 200 ପଏଣ୍ଟ ଖସିଲା ସେନସେକ୍ସ, ନିଫ୍ଟି 14400 ତଳେ ଆରମ୍ଭରୁ ସେନସେକ୍ସ ଖସିଲା 200 ପଏଣ୍ଟ, ନିଫ୍ଟି 14,400 ତଳେ](https://etvbharatimages.akamaized.net/etvbharat/prod-images/768-512-10282494-503-10282494-1610952468442.jpg)
ସେନସେକ୍ସ ପ୍ୟାକରେ ଇଣ୍ଡସଇଣ୍ଡିଆ ବ୍ୟାଙ୍କ ସର୍ବାଧିକ କ୍ଷତି ସହିଥିବା ବେଳେ ପାଖାପାଖି 3 ପ୍ରତିଶତକୁ ହ୍ରାସ ପାଇଥିଲା। ସେହିପରି ପାୱାର ଗ୍ରୀଡ୍, ମାରୁତି, ବଜାଜ ଫାଇନାନ୍ସ ଓଏନଜିସି ମଧ୍ୟ ରହିଥିଲା। ଅନ୍ୟପକ୍ଷେ ଏଚଡିଏଫସି ବ୍ୟାଙ୍କ,ଏଚସିଏଲ ଟେକ୍, ଏସବିଆଇ,ଟେକ୍ ମହିନ୍ଦ୍ରା ଏବଂ ଆଇସିଆଇସିଆଇ ବ୍ୟାଙ୍କ ଲାଭକାରୀମାନଙ୍କ ମଧ୍ୟରେ ଥିଲେ।
ପୂର୍ବ ଅଧିବେଶନରେ ସେନସେକ୍ସ 499.034.67ରେ ଶେଷ ହେବା ପରେ 549.49 ପଏଣ୍ଟ କିମ୍ବା 1.11 ପ୍ରତିଶତ ହ୍ରାସ ପାଇଛି। ସେହିପରି ନିଫ୍ଟି 161.90 ପଏଣ୍ଟ ହ୍ରାସ ପାଇ 14,433.70ରେ ପହଁଞ୍ଚିଥିଲା। ବିଦେଶୀ ପୋର୍ଟଫୋଲିଓ ନିବେଶକ (FPI) ପୁଞ୍ଜି ବଜାରରେ ନେଟ କ୍ରେତା ଥିଲେ ଯେହେତୁ ସେମାନେ ବିନିମୟ ତଥ୍ୟ ଅନୁଯାୟୀ ଶୁକ୍ରବାର ଦିନ 971.06 କୋଟି ଟଙ୍କା ମୂଲ୍ୟର ସେୟାର କ୍ରୟ କରିଥିଲେ।