ଓଡିଶା

odisha

By

Published : Jun 4, 2021, 8:17 PM IST

ETV Bharat / business

ଆରବିଆଇ ଜିଡିପି ଆକଳନରେ ନାଖୁସ ବଜାର, ହ୍ରାସ ସେନସେକ୍ସ

ଆରବିଆଇର ମୁଦ୍ରାନୀତି ସମୀକ୍ଷା ପରେ କାରବାର ମାନ୍ଦା । ସେନସେକ୍ସ ଓ ନିଫ୍ଟି ହ୍ରାସ ସହ କାରବାର ରେଡ ଆଲର୍ଟରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

ଆରବିଆଇ ଜିଡିପି ଆକଳନରେ ନାଖୁସ ବଜାର ,  ହ୍ରାସ ସେନସେକ୍ସ
ଆରବିଆଇ ଜିଡିପି ଆକଳନରେ ନାଖୁସ ବଜାର , ହ୍ରାସ ସେନସେକ୍ସ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ପରେ ବଜାର ନିରାଶ । ନାଖୁସ ନିବେଶକ ସେୟାର ଉପରେ ଟଙ୍କା ଲଗାଇବାକୁ କଲେ ଆଶଙ୍କା । ଫଳରେ ପୁଞ୍ଜି ବଜାରରେ କାରବାର ରେଡ ଆଲର୍ଟରେ ହୋଇଛି ବନ୍ଦ । କିନ୍ତୁ ବ୍ୟାଙ୍କିଙ୍ଗ ସେୟାର ଉଛୁଳିଥିବା ଦେଖିବାକୁ ମିଳିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 132.38 ପଏଣ୍ଟ ହ୍ରାସ ହୋଇ 52,100.05 ରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 20.10 ପଏଣ୍ଟ କମି 15,670.25 ରେ ପହଞ୍ଚିଛି ।

ସେନସେକ୍ସ ସେୟାରରେ ସର୍ବାଧିକ କ୍ଷତି ନେସଲେ ଇଣ୍ଡିଆର ହୋଇଛି । ଏହା ବ୍ୟତିତ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ , ଆଇସିଆଇସିଆଇ ବ୍ୟାଙ୍କ , ରିଲାଏନ୍ସ ଇଣ୍ଡଷ୍ଟ୍ରିଜ , ଏଚୟୁଏଲ ଓ ଡା. ରେଡ୍ଡୀଜ ସେୟାର ବି ତଳକୁ ଖସିଛି ।

ଅନ୍ୟପଟେ ଲାଭରେ ରହିଥିବା ସେୟାରରେ ବଜାଜ ଫିନସର୍ଭ , ଓଏନଜିସି, ଏଲ ଆଣ୍ଡ ଟି, ବଜାଜ ଫାଇନାନ୍ସ ଓ ଏଚଡିଏଫସି ସାମିଲ ଅଛି । ରିଜର୍ଭ ବ୍ୟାଙ୍କର ସମୀକ୍ଷା ରିପୋର୍ଟରେ ମୁଦ୍ରାସ୍ପୀତି ସାମାନ୍ୟ ବୃଦ୍ଧି କରାଯାଇଥିବା ବେଳେ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ଅନୁମାନକୁ ହ୍ରାସ କରାଯାଇଛି । ଆଉ ଭବିଷ୍ୟ ଅନିଶ୍ଚିତତା , ଦୁର୍ବଳ ବୈଶ୍ବିକ ସଙ୍କେତ ପ୍ରଭାବ ଆଜିର ଘରୋଇ ଇକ୍ୟୁଟି ବଜାର ପଡିଛି ।

ଏଥିମଧ୍ୟ ଅନ୍ତରାଷ୍ଟ୍ରୀୟ ତେଲ ମାନକ ବ୍ରେଣ୍ଟ କ୍ରୁଡ 0.38 ପ୍ରତିଶତ ବଢିବା ସହ ବ୍ୟାରେଲ ପ୍ରତି 71.58 ଡଲାରରେ ପହଞ୍ଚିଛି ।

ABOUT THE AUTHOR

...view details