ନୂଆଦିଲ୍ଲୀ: ସେୟାର ବଜାର ଅଭିବୃଦ୍ଧିରେ ଲାଗିଛି ବ୍ରେକ । ଗୁରୁବାର ରେଡ ଆଲର୍ଟରେ ବନ୍ଦ ହୋଇଛି କାରବାର । ସେନସେକ୍ସ 129 ପଏଣ୍ଟ ଓ ନିଫ୍ଟି ପ୍ରାୟ 33 ପଏଣ୍ଟ ହ୍ରାସ ସହ ବନ୍ଦ ହୋଇଛି ।
ଅଭିବୃଦ୍ଧିରେ ଲାଗିଲା ବ୍ରେକ, ରେଡ ଆଲର୍ଟରେ ବନ୍ଦ ହେଲା ବଜାର - Sensex
ଗୁରୁବାର ରେଡ ଆଲର୍ଟରେ ବନ୍ଦ ହୋଇଛି କାରବାର । ଋଣ କିସ୍ତି ସ୍ଥଗିତ ସମୟରେ ସୁଧ ଛାଡ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ତଳମୁହାଁ ହୋଇଛି ବ୍ୟାଙ୍କିଙ୍ଗ ଓ NBFC ସେୟାର ସୂଚକାଙ୍କ ।
ଋଣ କିସ୍ତି ସ୍ଥଗିତ ସମୟରେ ସୁଧ ଛାଡ କରାଯାଉନଥିବା ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ବ୍ୟାଙ୍କିଙ୍ଗ ଓ NBFC ସେୟାର ସୂଚକାଙ୍କ ତଳମୁହାଁ ହୋଇଥିବା ଦେଖିବାକୁ ମିଳିଛି । ଯେଉଁଥିପାଇଁ ନିଫ୍ଟିରେ ସୂଚୀବଦ୍ଧ ବ୍ୟାଙ୍କିଙ୍ଗ ସେୟାର ପାଖାପାଖୀ 2.63 ପ୍ରତିଶତ ହ୍ରାସ ହୋଇଛି ।
କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 128.84 ପଏଣ୍ଟ ଖସି 33,980.70 ପଏଣ୍ଟରେ କାରବାର ବନ୍ଦ କରିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଚି 32.45 ପଏଣ୍ଟ ହ୍ରାସ ପାଇ 10,029.10ରେ କାରବାର ବନ୍ଦ କରିଛି । ଆଜିର କାରବାରରେ ଘରୋଇ ବ୍ୟାଙ୍କ ଏବଂ ଆର୍ଥିକ ସେବା ସେୟାର ବ୍ୟତୀତ ସମସ୍ତ ନିଫ୍ଟିର ସମସ୍ତ ସେୟାର ଇଣ୍ଡେକ୍ସ ସବୁଜ ସଙ୍କେରେ ବନ୍ଦ ହୋଇଯାଇଛି । ହେଲେ ଘରୋଇ ବ୍ୟାଙ୍କ ଇଣ୍ଡେକ୍ସ 3.10 ପ୍ରତିଶତ ଓ ଫାଇନାନ୍ସିଆଲ ସର୍ଭିସେସ ଇଣ୍ଡେକ୍ସ 2.64 ପ୍ରତିଶତ ହ୍ରାସ ସହ ବନ୍ଦ ହୋଇଛି ।