ଓଡିଶା

odisha

ETV Bharat / business

ମହାପ୍ୟାକେଜରେ ନାଖୁସ ବଜାର, 1600 ପଏଣ୍ଟ ଖସିଲା ସେନସେକ୍ସ - monday market close

କାରବାର ଆରମ୍ଭରୁ ହ୍ରାସ ଜାରି ରହିଥିଲା ବଳେ ବନ୍ଦ ସୁଦ୍ଧା ସେନସେକ୍ସ 1600 ପଏଣ୍ଟରୁ ଉର୍ଦ୍ଧ୍ବ ଖସିଛି । ସେପଟେ ନିଫ୍ଟି ବି 9 ହଜାର ତଳେ କାରବାର ବନ୍ଦ କରିଛି । ଅଧିକ ପଢନ୍ତୁ..

Sensex crashes 1,069 points to close at 30,029; Nifty below 8,850
ମହାପ୍ୟାକେଜରେ ନାଖୁସ ବଜାର, 1600 ପଏଣ୍ଟ ଖସିଲା ସେନସେକ୍ସ

By

Published : May 18, 2020, 7:43 PM IST

ନୂଆଦିଲ୍ଲୀ: 20 ଲକ୍ଷ କୋଟିର ଆର୍ଥିର ପ୍ୟାକେଜରେ ନାଖୁସ ବଜାର । ସପ୍ତାହର ପ୍ରଥମ କାରବାର ଦିନରେ ମୋଟା ସଂଖ୍ୟାର ହ୍ରାସ । ବ୍ୟାଙ୍କିକ ଓ ଆର୍ଥିକ ସେୟାର ଧରାଶାୟୀ । ଦାବି ଓ ଆଗାମୀ ଭବିଷ୍ୟତର ରିଲିଫ ନେଇ କୌଣସି ଆଖିଦୃଶୀୟା ଘୋଷଣା ହୋଇନଥିବା ନେଇ କହିଛନ୍ତି ବିଶେଷଜ୍ଞ ।

ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 1,069 ପଏଣ୍ଟ ହ୍ରାସ ପାଇ 30,029 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 314 ପଏଣ୍ଟ କମି 8,823 ପଏଣ୍ଟରେ କାରବାର ବନ୍ଦ କରିଛି ।

ନିଫ୍ଟିରେ ସୂଚୀବଦ୍ଧ ଇଣ୍ଡସିଣ୍ଡ ବ୍ୟାଙ୍କ, ଜି ଏଣ୍ଟରଟେନମେଣ୍ଟ ସେୟାର 10 ପ୍ରତିଶତ ହ୍ରାସ ପାଇଛି । ସେହିଭଳି ଭାରତ ପେଟ୍ରୋଲିୟମ, ଅଲଟ୍ରାଟେକ ସିମେଣ୍ଟ, ମାରୁତି ସୁଜୁକି, ଏଚଡିଏଫସି , ଏକ୍ସିସ ବ୍ୟାଙ୍କ, ବଜାଜ ଅଟୋ ଓ ଆଇସିଆଇସିଆଇ ବ୍ୟାଙ୍କ ସେୟାର 7ରୁ 8 ପ୍ରତିଶତ କମିଛି । ତେବେ ସୋମବାର ଆଇଟି ଇଣ୍ଡେକ୍ସ ମଜବୁତ ରହିଛି ।

ABOUT THE AUTHOR

...view details