ମୁମ୍ବାଇ:ପୁଞ୍ଜି ବଜାରରେ ଜାରି ରହିଛି ଉତ୍ସାହ । ନୂଆବର୍ଷର ଦ୍ବିତୀୟ ଦିବସରେ ମଧ୍ୟ କାରବାର ଉପରମୁହାଁ ରହିଛି । ଆଜି(ମଙ୍ଗଳବାର) ବମ୍ବେ ଷ୍ଟକ ଏକ୍ସସେଞ୍ଜ ସୂଚକାଙ୍କ ସେନସେକ୍ସ ୨୭୫ ପଏଣ୍ଟ ବୃଦ୍ଧି ହାସଲ କରିଛି (sensex climbs 275 points) । ପାୱାର, ଏନର୍ଜି ଏବଂ ବ୍ୟାଙ୍କିଙ୍ଗ ଆଦି କ୍ଷେତ୍ରର ଷ୍ଟକଗୁଡିକର କାରବାରରେ ଭଲ ପ୍ରଦର୍ଶନ ଯୋଗୁଁ ସେନସେକ୍ସ ୨୭୫.୪୩ ପଏଣ୍ଟ ବା ୦.୪୭ ପ୍ରତିଶତ ଉଛୁଳିଛି ।
ପୂର୍ବାହ୍ନ ପାଖାପାଖି ୧୧ଟା ୪୦ ସମୟରେ ସେନସେକ୍ସ(sensex) ୫୯,୪୫୮ ପଏଣ୍ଟରେ କାରବାର କରିଥିଲା । ଯାହା ପୂର୍ବ ଦିନ ଅପେକ୍ଷା ୨୭୫.୪୩ ପଏଣ୍ଟ ବା ୦.୪୭ ପ୍ରତିଶତ ଅଧିକ । ପୂର୍ବ କାରବାର ଦିବସରେ ବିଏସଇ ସେନସେକ୍ସ ୫୯.୧୮୩.୨୨ ପଏଣ୍ଟରେ କାରବାର ବନ୍ଦ କରିଥିଲା । ସେନସେକ୍ସ ଆଜି ୫୯.୩୪୩.୭୯ ପଏଣ୍ଟରେ ଖୋଲିଥିଲା । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟି ୦.୪୫ ପ୍ରତିଶତ ବା ୭୯.୫୦ ପଏଣ୍ଟ ବୃଦ୍ଧି ସହ ୧୭,୭୦୫.୨୦ ପଏଣ୍ଟରେ ପହଞ୍ଚିଛି ।