ଓଡିଶା

odisha

ETV Bharat / business

ପୁଞ୍ଜି ବଜାରରେ ଲାଗିଲା ବ୍ରେକ, ଖସିଲା ସେନସେକ୍ସ ରେଖା

ସେୟାର ବଜାରର 7 ଦିନର ଦ୍ରୁତ ଅଭିବୃଦ୍ଧିରେ ଲାଗିଲା ବ୍ରେକ। ରେକର୍ଡ ସ୍ତରକୁ ଛୁଇଁଥିବା ସେନସେକ୍ସ 54 ପଏଣ୍ଟ ତଳକୁ ଖସିଛି। ଏପରି ଭାବେ ସାମାନ୍ୟ ହ୍ରାସ ସହ ବନ୍ଦ ହୋଇଛି ମଙ୍ଗଳବାର ବଜାର।

ପ୍ରତିକାତ୍ମକ ଫଟୋ

By

Published : Nov 5, 2019, 7:59 PM IST

ମୁମ୍ବାଇ: ସେୟାର ବଜାରରେ ଜାରି ଥିବା 7 ଦିନର ଦ୍ରୁତ ଅଭିବୃଦ୍ଧିରେ ଲାଗିଲା ବ୍ରେକ। ରେକର୍ଡ ସ୍ତରକୁ ଛୁଇଁଥିବା ସେନସେକ୍ସ 54 ପଏଣ୍ଟ ତଳକୁ ଖସିଛି। ଏପରି ଭାବେ ସାମାନ୍ୟ ହ୍ରାସ ସହ ବନ୍ଦ ହୋଇଛି ମଙ୍ଗଳବାର ବଜାର।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ ଦିନ 413 ପଏଣ୍ଟ ଉପର ତଳ ହେବା ସହ ଶେଷରେ 53.73 ପଏଣ୍ଟ କ୍ଷତିରେ 40,248.23 ରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି ବି 24.10 ପଏଣ୍ଟ ହ୍ରାସ ପାଇ 11,917.20ରେ କାରବାର ସାରିଛି।

କାରବାର ସମୟରେ ସେନସେକ୍ସ 40,053.55 ତଳକୁ ଖସିଆସିଥିଲା ବେଳେ ଏକ ମୁହୂର୍ତ୍ତରେ 40,466.55କୁ ଛୁଇଁ ରେକର୍ଡ ମଧ୍ୟ କରିଛି।

ସେନସେକ୍ସ କମ୍ପାନୀ ମଧ୍ୟରେ ଇଣ୍ଡସାଇଣ୍ଡ ବ୍ୟାଙ୍କ, ସନଫାର୍ମା, ଇନଫୋସିନ୍ସ, ଟାଟା ଷ୍ଟିଲ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସୋର 2.40 ପ୍ରତିଶତ ଖସିଛି। ସେପଟେ ୟେସ ବ୍ୟାଙ୍କ କିନ୍ତୁ ଲଗାତାର ଅଭିବୃଦ୍ଧି ସହ ବାଜି ମାରି ନେଉଛି । ପ୍ରମୁଖ ନିବେଶକ ରାକେଶ ଝୁନଝୁନୱାଲା ଖୋଲା ବଜାରରୁ ନେଣଦେଣ ଜରିଆରେ ପାଖାପାଖୀ 87 କୋଟି ଟଙ୍କାର ସେୟାର କିଣିଛନ୍ତି।

ABOUT THE AUTHOR

...view details