ମୁମ୍ବାଇ: ଶୁକ୍ରବାର କାରବାର ଆରମ୍ଭରେ ଡଲାର ତୁଳନାରେ ଟଙ୍କା 31 ପଇସା ଦୁର୍ବଳ ହୋଇଛି । ଫଳରେ ଟଙ୍କାର ବିନିମୟ ମୁଲ୍ୟ 76 ଟଙ୍କା 10 ପଇସା ରହିଛି ।
ମୁଦ୍ରା କାରବାରୀଙ୍କ ଅନୁସାରେ ଅନ୍ୟ ବୈଶ୍ବିକ ମୁଦ୍ରା ତୁଳନାରେ ଡଲାରରେ ସୁଧାର, ଘରୋଇ ସେୟାର ବଜାରରେ ଆରମ୍ଭରୁ ହ୍ରାସ ଯୋଗୁଁ ଟଙ୍କାର ମୁଲ୍ୟ କମିଛି । ଏହା ବ୍ୟତିତ କୋରୋନା ଭାଇରସ ସଙ୍କଟକୁ ନେଇ ବଢୁଥିବା ଚିନ୍ତା ମଧ୍ୟ ବଜାରରେ ପ୍ରଭାବ ପକାଉଛି ।