ଓଡିଶା

odisha

By

Published : Apr 29, 2020, 8:34 PM IST

ETV Bharat / business

ଡଲାର ତୁଳନାରେ ଟଙ୍କା 52 ପଇସା ମଜବୁତ

ଆଜିକୁ ମିଶାଇ ଲଗାତାର 3 ଦିନ ଧରି ଟଙ୍କାର ବିନିମୟ ମୁଲ୍ୟ ବୃଦ୍ଧି ପାଇଛି । ଏହି 3 ଦିନରେ ଟଙ୍କା 80 ପଇସା ମଜବୁତ ହୋଇଛି ।

rupee strengthened 52 paise to close at 75 dot 66 per dollar
ଡଲାର ତୁଳନାରେ ଟଙ୍କା 52 ପଇସା ମଜବୁତ

ମୁମ୍ବାଇ: ଅନ୍ତରାଷ୍ଟ୍ରୀୟ ବଜାରରେ ଡଲାର ନରମ ଓ ଘରୋଇ ବଜାରରେ ଅଭିବୃଦ୍ଧି ଯୋଗୁଁ ଟଙ୍କା ମଜବୁତ ହେଉଛି । ବୁଧବାର ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା 52 ପଇସା ମଜବୁତ ହେଇ 75.66ରେ ବନ୍ଦ ହୋଇଛି ।

ଆଜିକୁ ମିଶାଇ ଲଗାତାର 3 ଦିନ ଧରି ଟଙ୍କାର ବିନିମୟ ମୁଲ୍ୟ ବୃଦ୍ଧି ପାଇଛି । ଏହି 3 ଦିନରେ ଟଙ୍କା 80 ପଇସା ମଜବୁତ ହୋଇଛି । ବୁଧବାର କାରବାର ଆରମ୍ଭରେ 1ଡଲାର ପ୍ରତି ଟଙ୍କା 75.94 ରେ ଖୋଲିଥିଲା । ପରବର୍ତ୍ତୀ ସମୟରେ ଏହା ଡଲାର ପିଛା ସର୍ବୋଚ୍ଚ 75.60 ଟଙ୍କା ଏବଂ ସର୍ବନିମ୍ନ 75.96 ଟଙ୍କା ଛୁଇଁଥିଲା। ଶେଷରେ ଏହା 52 ପଇସା ବୃଦ୍ଧି ପାଇ 75.66 ଟଙ୍କାରେ ବନ୍ଦ ହୋଇଛି । ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ଡଲାର ତୁଳାନାରେ ଟଙ୍କାର ବିନିମୟ ମୁଲ୍ୟ 76.18 ସ୍ତରରେ ବନ୍ଦ ହୋଇଥିଲା।

କାରବାରୀଙ୍କ କହିବା ଅନୁଯାୟୀ ଘରୋଇ ସେୟାର ବଜାରରେ ବୃଦ୍ଧି ଯୋଗୁଁ ଟଙ୍କାକୁ ବଳ ମିଳୁଛି । ଏପଟେ ବହୁ ଦେଶରେ ଲକଡାଉନ କଟକଣା କୋହଳ ହେବା ଘୋଷଣା ପରେ ବି ବଜାର ଧାରଣା ବଦଳୁଛି ।

ABOUT THE AUTHOR

...view details