ମୁମ୍ବାଇ: ଡଲାରକୁ ଧରାଶାୟୀ କରି ବଳବାନ ହୋଇଥିବା ଟଙ୍କା ପୁଣି ହେଲା ଦୁର୍ବଳ । ଗୁରୁବାର ପ୍ରମୁଖ ମୁଦ୍ରା ତୁଳନାରେ ଆମେରକୀୟ ଡଲାର ପୁଣି ମଜବୁତ ହୋଇଛି । ସ୍ଥାନୀୟ ସେୟାର ବଜାର ହ୍ରାସ ମଧ୍ୟରେ ଗୁରୁବାର ଟଙ୍କା 11 ପଇସା ନରମ ହୋଇଛି । ଫଳରେ ଡଲାର ପ୍ରତି ଟଙ୍କା 72.83 ରେ ବନ୍ଦ ହୋଇଛି ।
11 ପଇସା ଦୁର୍ବଳ ଟଙ୍କା, ଡଲାର ସୁଦୃଢ
ଗୁରୁବାର ପ୍ରମୁଖ ମୁଦ୍ରା ତୁଳନାରେ ଆମେରକୀୟ ଡଲାର ପୁଣି ମଜବୁତ ହୋଇଛି । ସ୍ଥାନୀୟ ସେୟାର ବଜାର ହ୍ରାସ ମଧ୍ୟରେ ଗୁରୁବାର ଟଙ୍କା 11 ପଇସା ନରମ ହୋଇଛି । ଅଧିକ ପଢନ୍ତୁ..
Rupee softens 11 paise against dollar
ଅନ୍ତରବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା 72.99ରେ ଖୋଲିଥିଲା । ପରେ ଏକ ସମୟରେ ଟଙ୍କାର ବିନିମୟ ମୂଲ୍ୟ ସୁଦୃଢ ହୋଇ 72.62ରେ ପହଞ୍ଚିଛି । ଶେଷରେ ଟଙ୍କାର ବିନିମୟ ଦର ଡଲାର ପ୍ରତି 72.83ରେ ବନ୍ଦ ହୋଇଛି । ତେବେ ପୂର୍ବ କାରବାର ଦିବସ ତୁଳନାରେ ଟଙ୍କା 11 ପଇସା ଦୁର୍ବଳକୁ ଦର୍ଶାଉଛି । ବୁଧବାର ଡଲାର ତୁଳନାରେ ଟଙ୍କା 72.72ରେ ବନ୍ଦ ହୋଇଥିଲା ।
6 ପ୍ରମୁଖ ମୁଦ୍ରା ସମ୍ମୁଖରେ ଡଲାର ସ୍ଥିତିର ସଙ୍କେତ ଦର୍ଶାଉଥିବା ଡଲାର ସୂଚକାଙ୍କ 0.27 ପ୍ରତିଶତ ସୁଧୁରି 91.19 ରେ ପହଞ୍ଚିଛି ।