ମୁମ୍ବାଇ: 2 ଦିନ ଧରି ଜାରି ରହିଥିବା ଟଙ୍କା ମୂଲ୍ୟ ହ୍ରାସରେ ଲାଗିଲା ବ୍ରେକ । ବିଦେଶୀ ବଜାରରେ ଆମେରିକା ମୁଦ୍ରା ଦୁର୍ବଳ ପରେ ଅନ୍ତରବ୍ୟାଙ୍କ ବିଦେଶୀ ମୁଦ୍ରା ବଜାର (Interbank foreign exchange market) ରେ ବଳବାନ ହୋଇଛି ଟଙ୍କା । ବୁଧବାର ଡଲାର ତୁଳନାରେ ଟଙ୍କା 10 ପଇସା ସୁଦୃଢ ହୋଇ 74.27 ରେ ହୋଇଛି ବନ୍ଦ ।
ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ 74.26 ରେ ଖୋଲିଥିଲା । କାରବାର ସମୟରେ ଟଙ୍କା ସର୍ବୋଚ୍ଚ ସ୍ତର 74.07 ଓ ସର୍ବନିମ୍ନ 74.39 କୁ ଛୁଇଁଥିଲା । ଶେଷରେ ପ୍ରତି ଡଲାର ପିଛା ଟଙ୍କା 10 ପଇସା ବଢି 74.27 ରେ ବନ୍ଦ ହୋଇଛି ।