ଓଡିଶା

odisha

By

Published : Jul 1, 2021, 10:59 PM IST

ETV Bharat / business

ଡଲାର ତୁଳନାରେ ଟଙ୍କା ଦୁର୍ବଳ

ଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ 5 ପଇସା ଦୁର୍ବଳ ହେଲା ଟଙ୍କା । ପୂର୍ବ କାରବାର ଅପେକ୍ଷା ଟଙ୍କା ହ୍ରାସ ପାଇ 74.37ରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ...

ଡଲାର ତୁଳନାରେ ଟଙ୍କା ଦୁର୍ବଳ
ଡଲାର ତୁଳନାରେ ଟଙ୍କା ଦୁର୍ବଳ

ମୁମ୍ବାଇ:ଦୁର୍ବଳ ହେଲା ଟଙ୍କା । ଗୁରୁବାର ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା 5 ପଇସା ହ୍ରାସ ପାଇଛି । ଫଳରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇ 74.37ରେ ବନ୍ଦ ହୋଇଛି ।

ଡଲାରର ବିନିମୟ ମୂଲ୍ୟ ବୃଦ୍ଧି ଏବଂ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଗୁରୁବାର କାରବାର ଆରମ୍ଭରେ ଡଲାର ତୁଳନାରେ ଭାରତୀୟ ମୁଦ୍ରା 5 ପଇସା ହ୍ରାସ ପାଇଛି ।

ଅନ୍ତଃବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା 74.32ରେ ଖୋଲିଥିଲା । ହେଲେ ପୂର୍ବ କାରବାର ତୁଳନାରେ ଗୁରୁବାର ଟଙ୍କା 5 ପଇସା ହ୍ରାସ ପାଇ 74.37ରେ ବନ୍ଦ ହୋଇଛି ।

ଏନେଇ ଏକ ରିସର୍ଚ୍ଚ ବିବୃତ୍ତିରେ ରିଲିଏନ୍ସ ସିକ୍ୟୁରିଟି କହିଛି ଯେ, କୋଭିଡ-19 ମାମଲା ବଢୁଥିବାରୁ ଲୋକ ରିସ୍କ ନେବାକୁ ଚାହୁଁ ନାହାନ୍ତି । ଡଲାର ତୁଳନାରେ ଏସୀୟ ମୁଦ୍ରା ଆଜି ସକାଳୁ ଦୁର୍ବଳ ହେବାରେ ଲାଗିଛି । ଯାହାର ପ୍ରଭାବ ଲୋକାଲ ୟୁନିଟ ଉପରେ ମଧ୍ୟ ପଡିପାରେ । ଫଳରେ ଡଲାର ତୁଳନାରେ ଆଜି ଟଙ୍କା ମୂଲ୍ୟରେ ହ୍ରାସ ଦେଖାଯାଇଛି ।

ବୈଶ୍ବିକ ତେଲ ବେଞ୍ଚମାର୍କ ବ୍ରେଣ୍ଟ କ୍ରୁଡ 0.49 ପ୍ରତିଶତ ବଢି ବ୍ୟାରେଲ ପ୍ରତି 75.13 ଡଲାର ରହିଛି ।

@PTI

ABOUT THE AUTHOR

...view details