ଓଡିଶା

odisha

ETV Bharat / business

ଡଲାର ସୁଦୃଢ, 32 ପଇସା ଖସିଲା ଟଙ୍କା - US dollar

ଅନ୍ତରାଷ୍ଟ୍ରୀୟ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା 73.82ରେ ଖୋଲିଥିଲାବେଳେ ଶେଷରେ ଗତ କାରବାର ତୁଳନାରେ 32 ପଇସା ହ୍ରାସ ସହ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

ଡଲାର ମଜବୁତ , 32 ପଇସା ଖସିଲା ଟଙ୍କା
ଡଲାର ମଜବୁତ , 32 ପଇସା ଖସିଲା ଟଙ୍କା

By

Published : Sep 24, 2020, 6:10 PM IST

ମୁମ୍ବାଇ: ଘରୋଇ ସେୟାର ବଜାରରେ ମାନ୍ଦା କାରବାର ଓ ବିଦେଶୀ ପାଣ୍ଠିରୁ ଆଉଟଫ୍ଲୋ ଯୋଗୁଁ ପ୍ରଭାବିତ ହୋଇଛି ନିବେଶକଙ୍କ ଧାରଣା । ଯେଉଁଥିପାଇଁ ଗୁରୁବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା 32 ପଇସା ହ୍ରାସ ସହ 73.89 ଟଙ୍କାରେ ବନ୍ଦ ହୋଇଛି ।

ଅନ୍ତରାଷ୍ଟ୍ରୀୟ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା 73.82ରେ ଖୋଲିଥିଲାବେଳେ ଶେଷରେ ଗତ କାରବାର ତୁଳନାରେ 32 ପଇସା ହ୍ରାସ ସହ ବନ୍ଦ ହୋଇଛି । ବୁଧବାର ଟଙ୍କା ଡଲାର ପ୍ରତି 1 ଟଙ୍କା ବୃଦ୍ଧି ସହ 73.5ରେ ପହଞ୍ଚିଥିଲା ।

ତେବେ କାରବାର ସମୟରେ ଟଙ୍କା 73.75ର ଉପରସ୍ତର ଓ 73.96 ନିମ୍ନ ସ୍ତରକୁ ମଧ୍ୟ ଛୁଇଁଥିଲା । ବିଦେଶୀ ମୁଦ୍ରା କାରବାରୀଙ୍କ କହିବା ଅନୁସାରେ 6 ପ୍ରମୁଖ ବୈଶ୍ବିକ ମୁଦ୍ରା ତୁଳନାରେ ଡଲାର ସ୍ଥିତି ଦର୍ଶାଉଥିବା ଡଲାର ସୂଚକାଙ୍କ 0.04 ପ୍ରତିଶତ ବୃଦ୍ଧି ସହ 94.42 ରହିଛି ।

ABOUT THE AUTHOR

...view details