ଓଡିଶା

odisha

ETV Bharat / business

ସପ୍ତାହର ଶେଷ କାରବାରରେ ଦୁର୍ବଳ ଟଙ୍କା, ଡଲାର ବଳବାନ - ଡଲାର ତୁଳନାରେ ଟଙ୍କା

ଶୁକ୍ରବାର ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା 2 ପଇସା ଦୁର୍ବଳ ହୋଇଛି । ଫଳରେ ଡଲାର ପିଛା ଟଙ୍କା ହ୍ରାସ ହୋଇ 74.20 ରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

ସପ୍ତାହର ଶେଷ  କାରବାରରେ  ଦୁର୍ବଳ ଟଙ୍କା , ଡଲାର ବଳବାନ
ସପ୍ତାହର ଶେଷ କାରବାରରେ ଦୁର୍ବଳ ଟଙ୍କା , ଡଲାର ବଳବାନ

By

Published : Jun 25, 2021, 10:05 PM IST

ମୁମ୍ବାଇ: କାରବାର ସପ୍ତାହର ଶେଷ ଦିନରେ ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ । ଶୁକ୍ରବାର ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା 2 ପଇସା ଦୁର୍ବଳ ହୋଇଛି । ଫଳରେ ଡଲାର ପିଛା ଟଙ୍କା ହ୍ରାସ ହୋଇ 74.20 ରେ ବନ୍ଦ ହୋଇଛି ।

ଅନ୍ତରବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ କାରବାର ଆରମ୍ଭରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ 74.15 ରେ ଖୋଲିଥିଲା । ଯାହାକି ଗୁରୁବାର ସୁଦୃଢ ହୋଇ 74.18 ଟଙ୍କାରେ କାରବାର ବନ୍ଦ କରିଥିଲା । କାରବାର ସମୟରେ ଡଲାର ପ୍ରତି ଟଙ୍କାର ସର୍ବୋଚ୍ଚ ସ୍ତର 74.14 ଓ ସର୍ବନିମ୍ନ ସ୍ତର 74.25 ଛୁଇଁବା ପରେ ଶେଷରେ ଟଙ୍କା ପୂର୍ବ କାରବାର ତୁଳନାରେ କମି 74.20ରେ ବନ୍ଦ ହୋଇଛି ।

ସାପ୍ତାହିକ ଆଧାରରେ ଡଲାର ତୁଳନାରେ ଟଙ୍କାରେ 34 ପଇସା ହ୍ରାସ ହୋଇଛି । ବିଶେଷଜ୍ଞଙ୍କ ଅନୁସାରେ ‘‘ ଅଶୋଧିତ ତୈଳ ଦାମରେ ନିରନ୍ତର ବୃଦ୍ଧି ମଧ୍ୟରେ ତେଲ ଆମଦାନୀକାରୀ କମ୍ପାନୀର ଡଲାର ଚାହିଦା ବଢିଛି । ଫଳରେ ଚତୁର୍ଥ ସପ୍ତାହ ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ହ୍ରାସ ଦେଖାଦେଇଛି ।

ବୈଶ୍ବିକ ତେଲ ବେଞ୍ଚମାର୍କ ବ୍ରେଣ୍ଟ କ୍ରୁଡ 0.34 ପ୍ରତିଶତ ହ୍ରାସ ହୋଇ ବ୍ୟାରେଲ ପ୍ରତି 75.30 ଡଲାର ରହିଛି ।

ABOUT THE AUTHOR

...view details