ଓଡିଶା

odisha

By

Published : Sep 15, 2020, 4:17 PM IST

ETV Bharat / business

ଡଲାର ସୁଦୃଢ, ଟଙ୍କା 16 ପଇସା ଖସିଲା

ଅନ୍ତରାଷ୍ଟ୍ରୀୟ ବିଦେଶୀ ମୁଦ୍ରା ବିନିମୟ ବଜାରରେ ମଧ୍ୟ ଟଙ୍କା ମୂଲ୍ୟରେ ହ୍ରାସ-ବୃଦ୍ଧି ଦେଖାଦେଇଛି । ଡଲାର ପ୍ରତି 73.33ରେ ଟଙ୍କା କାରବାର ଆରମ୍ଭ କରିଥିଲାବେଳେ ଶେଷରେ 16 ପଇସା ହ୍ରାସ ସହ 73.64 ଟଙ୍କାରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

ଡଲାର ସଦୃଢ, ଟଙ୍କା 16 ପଇସା ଖସିଲା
ଡଲାର ସଦୃଢ, ଟଙ୍କା 16 ପଇସା ଖସିଲା

ମୁମ୍ବାଇ: ଘରୋଇ ସେୟାର ବଜାରରେ ସକରାତ୍ମକ ସଙ୍କେତ ପରେ ବି ମଙ୍ଗଳବାର ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ ହୋଇଛି । ଡଲାର ତୁଳନାରେ 16 ପଇସା ହ୍ରାସ ହୋଇ 73.64 ଟଙ୍କାରେ କାରବାର ବନ୍ଦ ହୋଇଛି ।

ଅନ୍ତରାଷ୍ଟ୍ରୀୟ ବିଦେଶୀ ମୁଦ୍ରା ବିନିମୟ ବଜାରରେ ମଧ୍ୟ ଟଙ୍କା ମୂଲ୍ୟରେ ହ୍ରାସ-ବୃଦ୍ଧି ଦେଖାଦେଇଛି । ଡଲାର ପ୍ରତି 73.33ରେ ଟଙ୍କା କାରବାର ଆରମ୍ଭ କରିଥିଲାବେଳେ ଶେଷରେ 16 ପଇସା ହ୍ରାସ ସହ 73.64 ଟଙ୍କାରେ ବନ୍ଦ ହୋଇଛି ।

ଏହା ପୂର୍ବ କାରବାର ଅଧିବେଶନରେ ଟଙ୍କା ଡଲାର ତୁଳନାରେ 73.48 ରେ ବନ୍ଦ ହୋଇଥିଲା । ତେବେ ଆଜିର କାରବାରରେ ଟଙ୍କାର ମୂଲ୍ୟ 73.33 ସହ ସର୍ବୋଚ୍ଚ ସ୍ତରକୁ ଛୁଇଁଥିଲା ବେଳେ 73.72 ଟଙ୍କା ସହ ନିମ୍ନଗାମୀ ବି ହୋଇଥିଲା । ଏଥିମଧ୍ୟରେ 6 ମୁଦ୍ରା ତୁଳନାରେ ଡଲାର ମୂଲ୍ୟ ଦର୍ଶାଉଥିବା ସୂଚକାଙ୍କ 0.16 ପ୍ରତିଶତ କ୍ଷତି ସହ 92.90କୁ ଖସିଆସିଛି ।

ABOUT THE AUTHOR

...view details