ମୁମ୍ବାଇ: ଗୁରୁବାର କାରବାର ଆରମ୍ଭରୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ । ଟଙ୍କାର ବିନିମୟ ମୂଲ୍ୟ 15 ପଇସା ଖସି 75.62ରେ କାରବାର ଆରମ୍ଭ କରିଛି ।
ଅନ୍ୟ ପ୍ରମୁଖ ଦେଶର ମୁଦ୍ରା ତୁଳନାରେ ଡଲାର ମଜବୁତ ଓ ଆମେରିକା-ଚୀନ ମଧ୍ୟରେ ବ୍ୟାପାର ବିବାଦ ମଧ୍ୟରେ ନିବେଶକକଙ୍କ ଧାରଣା ପ୍ରଭାବିତ ହୋଇଛି । ବିଦେଶୀ ମୁଦ୍ରା ବ୍ୟବସାୟୀଙ୍କ ଅନୁସାରେ ବିଦେଶୀ ପୁଞ୍ଜି ପ୍ରବାହ ଜାରି ରହିବା ଓ ବ୍ୟାପାର ଗତିବିଧି ବୃଦ୍ଧି ଦ୍ବାରା ଟଙ୍କାକୁ ସମର୍ଥନ ମିଳିଛି । ହେଲେ ଟ୍ରେଡ ୱାର ଚିନ୍ତାରେ ଟଙ୍କା ତଳମୁହାଁ ହୋଇଛି ।