ଓଡିଶା

odisha

By

Published : Jul 6, 2021, 3:46 PM IST

ETV Bharat / business

ଡଲାର ଦୁର୍ବଳ, 6 ପଇସା ମଜବୁତ ଟଙ୍କା

ଡଲାର ତୁଳନାରେ ମଜବୁତ ହେଲା ଟଙ୍କା । ମଙ୍ଗଳବାର କାରବାର ଆରମ୍ଭରେ ଡଲାର ତୁଳନାରେ ଟଙ୍କା 6 ପଇସା ବୃଦ୍ଧି ପାଇ 74.25ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଡଲାର ଦୁର୍ବଳ, 6 ପଇସା ମଜବୁତ ଟଙ୍କା
ଡଲାର ଦୁର୍ବଳ, 6 ପଇସା ମଜବୁତ ଟଙ୍କା

ମୁମ୍ବାଇ: ବିଦେଶୀ ମୁଦ୍ରା ବଜାରରେ ଆମେରିକୀୟ ଡଲାରର ଦୁର୍ବଳ ସ୍ଥିତି ମଧ୍ୟରେ ମଜବୁତ ହେଲା ଟଙ୍କା । ମଙ୍ଗଳବାର କାରବାର ଆରମ୍ଭରେ ଡଲାର ତୁଳନାରେ ଟଙ୍କା 6 ପଇସା ବଳବାନ ହୋଇ 74.25ରେ ପହଞ୍ଚିଛି ।

ଅନ୍ତରବ୍ୟାଙ୍କ ବିଦେଶୀ ମୁଦ୍ରା ବଜାରରେ ଡଲାରର ମୁକାବିଲାରେ ଟଙ୍କା 74.28ରେ ଖୋଲିଥିଲା ଏବଂ ବୃଦ୍ଧି ରେକର୍ଡ କରି 74.25ରେ ପହଞ୍ଚିଛି । ଯାହାକି ଗତ କାରବାର ବନ୍ଦ ତୁଳନାରେ 6 ପଇସା ବୃଦ୍ଧିକୁ ଦର୍ଶାଉଛି । ସୋମବାର ଦିନ ଘରୋଇ ମୁଦ୍ରା ଡଲାର ତୁଳନାରେ 74.31ରେ ବନ୍ଦ ହୋଇଥିଲା । ଏହାମଧ୍ୟରେ 6ଟି ପ୍ରମୁଖ ମୁଦ୍ରାଙ୍କ ମୁକାବିଲାରେ ଆମେରିକୀୟ ଡଲାରର ସ୍ଥିତି ଦର୍ଶାଉଥିବା ଡଲାର ସୂଚକାଙ୍କ 0.08 ପ୍ରତିଶତ ହ୍ରାସ ସହ 92.13ରେ ରହିଛି ।

ମୁଦ୍ରା ବ୍ୟବସାୟୀଙ୍କ କହିଛନ୍ତି କି ବିଦେଶୀ କୋଷ ବାହାରକୁ ଯିବା ଏବଂ ଅଶୋଧିତ ତୈଳ ବୃଦ୍ଧି ନେଇ ନିବେଶକଙ୍କ ଧାରଣା ପ୍ରଭାବିତ ହୋଇପାରେ । ବୈଶ୍ବିକ ତୈଳ ବେଞ୍ଚମାର୍କ ବ୍ରେଣ୍ଟ କ୍ରୁଡ 0.41 ପ୍ରତିଶତ ବଢି 77.48 ପ୍ରତି ବ୍ୟାରେଲ ପିଛା ରହିଛି ।

@PTI

ABOUT THE AUTHOR

...view details