ଓଡିଶା

odisha

By

Published : Jul 6, 2020, 3:50 PM IST

ETV Bharat / business

ଡଲାର ମୁଲ୍ୟ ହ୍ରାସ, ସବଳ ଟଙ୍କା

ସେୟାର ବଜାରରେ ସକରାତ୍ମକ ସଙ୍କେତ, ଅଶୋଧିତ ତୈଳ ଦାମ ସ୍ଥିର ଓ ବିଦେଶୀ ପାଣ୍ଠି ପ୍ରବାହ ଯୋଗୁଁ ଆମେରିକୀୟ ମୁଦ୍ରା ଦୁର୍ବଳ ପଡିଛି । ଫଳରେ ଭାରତୀୟ ମୁଦ୍ରାକୁ ସମର୍ଥନ ମିଳୁଛି । ଅଧିକ ପଢନ୍ତୁ...

ଡଲାର ମୁଲ୍ୟ ହ୍ରାସ, ସବଳ ଟଙ୍କା
ଡଲାର ମୁଲ୍ୟ ହ୍ରାସ, ସବଳ ଟଙ୍କା

ମୁମ୍ବାଇ: ଘରୋଇ ବଜାରରେ ଅଭିବୃଦ୍ଧି ଜାରି ରହିବା ସହ ଟଙ୍କା ମଜବୁତ । ସୋମବାର କାରବାର ଆରମ୍ଭରୁ ଡଲାର ତୁଳାରେ ଟଙ୍କା 14 ପଇସା ମଜବୁତ ସହ 74.52 ଟଙ୍କା ରହିଛି ।

ବିଦେଶୀ ମୁଦ୍ରା କାରବାରୀଙ୍କ କହିବା ଅନୁଯାୟୀ ସେୟାର ବଜାରରେ ସକରାତ୍ମକ ସଙ୍କେତ ଓ ଅଶୋଧିତ ତୈଳ ଦାମ ସ୍ଥିର, ବିଦେଶୀ ପାଣ୍ଠି ପ୍ରବାହ ଯୋଗୁଁ ଆମେରିକୀୟ ମୁଦ୍ରା ଦୁର୍ବଳ ପଡିଛି । ଫଳରେ ଭାରତୀୟ ମୁଦ୍ରାକୁ ସମର୍ଥନ ମିଳୁଛି ।

ଗତ କାରବାର ଦିନ ମଧ୍ୟ ଟଙ୍କା ସବଳ ରହିଥିଲା । ଶୁକ୍ରବାର ଟଙ୍କା ଡଲାର ତୁଳନାରେ 74 ଟଙ୍କା 66 ପଇସାରେ କାରବାର ବନ୍ଦ କରିଥିଲା । ଏକ ରିସର୍ଚ୍ଚ ପେପରରେ ରିଲାଏନ୍ସ ସିକ୍ୟୁରିଟିସ କହିଛି ଯେ, ଏସୀୟ ବଜାର ମଜବୁତ ରହିଛି । ଫଳରେ ଅଧିକାଂଶ ଏସୀୟ ମୁଦ୍ରା ଡଲାର ତୁଳନାରେ ଉପରମୁହାଁ ରହିଛି । ଆଗାମୀ ଦିନରେ ଅଶୋଧିତ ତୈଳ ଦାମରେ ସ୍ଥରତା, ସେୟାର ବଜାରରେ ଅଭିବୃଦ୍ଧ ଓ ରିଜର୍ଭ ବ୍ୟାଙ୍କର ଡଲାର କ୍ରୟ ଯୋଗୁଁ ଘରୋଇ ମୁଦ୍ରା ଆହୁରି ବଳବାନ ହୋଇପାରେ । ’’

ABOUT THE AUTHOR

...view details