ଓଡିଶା

odisha

By

Published : Jun 2, 2020, 5:10 PM IST

ETV Bharat / business

ଡଲାର ତୁଳନାରେ ଟଙ୍କା ମଜବୁତ

ମଙ୍ଗଳବାର ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ 18 ପଇସା ମଜବୁତ ହୋଇ 75.36 ଟଙ୍କାରେ ପହଞ୍ଚିଛି । ଅଧିକ ପଢନ୍ତୁ..

rupee gained 18 paise to close at 75. 36 against the us dollar
ଡଲାର ତୁଳନାରେ ଟଙ୍କା ମଜବୁତ

ମୁମ୍ବାଇ: ଅଭିବୃଦ୍ଧି ପୁଣି ଟ୍ରାକକୁ ଫେରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଦେଖିଥିବା ବିଶ୍ବାସର ସହ ବଳବାନ ଟଙ୍କାର ମୂଲ୍ୟ । ମଙ୍ଗଳବାର ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ 18 ପଇସା ମଜବୁତ ହୋଇ 75.36 ଟଙ୍କାରେ ପହଞ୍ଚିଛି ।

ବିଦେଶୀ ମୁଦ୍ରା କାରବାରୀଙ୍କ କହିବା ଅନୁଯାୟୀ , ଘରୋଇ ସେୟାର ବଜାରରେ ସକାରାତ୍ମକ ପ୍ରଭାବ, ଡଲାର ଦୁର୍ବଳ ଯୋଗୁଁ ନିବେଶକଙ୍କ ଧାରଣା ମଜବୁତ ହୋଇଛି ।

ଅନ୍ତରାଷ୍ଟ୍ରୀୟ ବିଦେଶୀ ମୁଦ୍ରା ବଜାରରେ ଟଙ୍କା 75.57 ଟଙ୍କାରେ କାରବାର ଆରମ୍ଭ କରିଥିଲା । କାରବାର ମଧ୍ୟରେ ଏହା 75.62 ଓ 75.36 ମଧ୍ୟରେ କାରବାର କରିଥିଲା । ତେବେ କାରବାର ଶେଷରେ ଆମେରିକା ଡଲାର ତୁଳନାରେ ଟଙ୍କା 75.36ରେ ବନ୍ଦ ହୋଇଛି ।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋର ଦେଇ କହିଛନ୍ତି କି ଭାରତ ନିଶ୍ଚିତ ରୂପରେ ଅଭିବୃଦ୍ଧି ଫେରିପାରିବ । ଲକଡାଉନ ମଧ୍ୟରେ ସୁଧାର ଆରମ୍ଭ ହୋଇଯାଇଛି । ଫଳରେ ଅର୍ଥବ୍ୟବସ୍ଥାକୁ ସାହାଯ୍ୟ ମିଳିବ । ଏହ ପରେ ନିବେଶକଙ୍କ ବିଶ୍ବାସ ବଢିବା ସହ ଟଙ୍କା ମଜବୁତ ହୋଇଛି ।

ABOUT THE AUTHOR

...view details