ଓଡିଶା

odisha

By

Published : Jun 19, 2020, 6:54 PM IST

ETV Bharat / business

ମଜବୁତ ଡଲାର, 76ରୁ ଖସୁନି ଟଙ୍କା

ଆମେରିକା ମୁଦ୍ରା ମଜବୁତ ଓ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଦ୍ବାରା ନିବେଶକଙ୍କ ଧାରଣା ପ୍ରଭାବିତ ହୋଇଛି । ଫଳରେ ଟଙ୍କା ଦୁର୍ବଳ ସହ ଡଲାର ତୁଳନାରେ 76.20 ରହିଛି । ଅଧିକ ପଢନ୍ତୁ..

rupee fell
ମଜବୁତ ଡଲାର, 76 ରୁ ଖସୁନି ଟଙ୍କା

ନୂଆଦିଲ୍ଲୀ: ଶୁକ୍ରବାର ଡଲାର ତୁଳନାରେ ଦୁର୍ବଳ ରହିଛି ଟଙ୍କା । ଟଙ୍କାର ବିନିମୟ ମୂଲ୍ୟ 6 ପଇସା ହ୍ରାସ ପାଇ 76.20 ରେ ବନ୍ଦ ହୋଇଛି ।

ଆମେରିକା ମୁଦ୍ରା ମଜବୁତ ଓ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଦ୍ବାରା ନିବେଶକଙ୍କ ଧାରଣା ପ୍ରଭାବିତ ହୋଇଛି । ମୁଦ୍ରା କାରବାରୀଙ୍କ କହିବା ଅନୁସାରେ ଅନ୍ୟ ବୈଶ୍ବିକ ମୁଦ୍ରା ତୁଳନାରେ ଡଲାର ସୁଦୃଢ, ଭାରତ ଓ ଚୀନ ବିବାଦ ଯୋଗୁଁ ଚାପ ବଢିଛି ।

ଗୁରୁବାର ଡଲାର ତୁଳନାରେ ଟଙ୍କା 74 ଟଙ୍କା 14 ପଇସାରେ ବନ୍ଦ ହୋଇଛି । ତେବେ ଶୁକ୍ରବାର ଏହା ଟଙ୍କା 76.28 ରେ କାରବାର ଆରମ୍ଭ କରିଥିଲା ବେଳେ ହ୍ରାସ ବୃଦ୍ଧି ସହ ଶେଷରେ 76.20 ପଇସାରେ ବନ୍ଦ ହୋଇଛି ।

ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ 2.51 ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା 42.55 ଡଲାର ରହିଛି ।

ABOUT THE AUTHOR

...view details