ନୂଆଦିଲ୍ଲୀ: ଆମେରିକା ମୁଦ୍ରା ଚାହିଦା ବୃଦ୍ଧି ଯୋଗୁଁ ଦୁର୍ବଳ ହେବାକୁ ଲାଗିଛି ଟଙ୍କା । ମଙ୍ଗଳବାର କାରବାର ଆରମ୍ଭରୁ ଡଲାର ତୁଳନାରେ ଟଙ୍କା 92 ପଇସା ହ୍ରାସ ପାଇଛି । ଫଳରେ ଟଙ୍କାର ବିନିମୟ ମୁଲ୍ୟ 72.33ଟଙ୍କାରେ ପହଞ୍ଚିଛି । ଯାହାକି 9 ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି।
ବିଶ୍ବର ଦୁଇ ମହାଶକ୍ତି ଆମେରିକା ଓ ଚୀନ ବାଣିଜ୍ୟିକ ଯୁଦ୍ଧ ପରିପ୍ରେକ୍ଷୀରେ ଏଭଳି ହେଉଥିବା ନେଇ ମୁଦ୍ରାକାରବାରୀ କହିଛନ୍ତି । ରବିବାର ଆମେରିକା ଚୀନର ସାମଗ୍ରୀ ଉପରେ ଆମଦାନୀ ଟିକସ ଲଗାଇବା ପରେ ଚୀନ ମଧ୍ୟ ପ୍ରତିବଦଳରେ କଡା ଶୁଳ୍କ ଲଗାଇଛି । ଯାହାର ପ୍ରଭାବ ଟଙ୍କା ଉପରେ ପଡିଛି ।