ଓଡିଶା

odisha

By

Published : Mar 23, 2020, 2:40 PM IST

ETV Bharat / business

ଐତିହାସିକ ରେକର୍ଡ , ଡଲାର ତୁଳନାରେ 76 ଟପିଲା ଟଙ୍କା

ଭାରତୀୟ ଅର୍ଥନୀତିରେ ପ୍ରଥମ ଥର ପାଇଁ ଟଙ୍କାର ବିନିମୟ ମୂଲ୍ୟ 95 ପଇସା ଖସି ସୋମବାର 76.15 ରେ ପହଞ୍ଚିଛି ।

Rupee falls beyond 76 per USD for first time
ଐତିହାସିକ ରେକର୍ଡ , ଡଲାର ତୁଳନାରେ 76 ଟପିଲା ଟଙ୍କା

ନୂଆଦିଲ୍ଲୀ: କୋରୋନା କବଳରେ ବିଶ୍ବ ଇକ୍ୟୁଟି ବଜାର । ଭାରତୀୟ ସେୟାର ବଜାରରେ ପ୍ରବଳ ହ୍ରାସ ଜାରି । ଏହାରି ମଧ୍ୟରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପାଇ ରେକର୍ଡ ସୃଷ୍ଟି କରିଛି ।

ଭାରତୀୟ ଅର୍ଥନୀତିରେ ପ୍ରଥମ ଥର ପାଇଁ ଟଙ୍କାର ବିନିମୟ ମୂଲ୍ୟ 95 ପଇସା ଖସି ସୋମବାର 76.15 ରେ ପହଞ୍ଚିଛି ।

ବିଦେଶୀ ମୁଦ୍ରା ବ୍ୟବସାୟୀମାନେ କହିଛନ୍ତି ଯେ, ଦେଶରେ ପ୍ରାୟ 400 କୋରୋନା ପଜେଟିଭ ମାମଲା, ଅର୍ଥନୀତିକୁ ବିପର୍ଯ୍ୟସ୍ତ କରି ରଖିଛି । ଏହାର ପ୍ରଭାବରେ ବଜାର ଅଂଶ ଗ୍ରହଣକାରୀମାନେ ଚିନ୍ତିତ ହୋଇପଡିଛନ୍ତି ।

କୋରୋନା ଭାଇରସ ପ୍ରକୋପକୁ ନଜରରେ ରଖି ନିବେଶକ ଆମେରିକୀୟ ଡଲାର ପ୍ରତି ମନବଳାଉଛନ୍ତି । ଫଳରେ ଡଲାର ଚାହିଦା ବଢୁଛି । ଏହାଦ୍ବାରା ଟଙ୍କାର ବିନିମୟ ମୂଲ୍ୟ ମଧ୍ୟ ହ୍ରାସ ପାଉଛି । ତେବେ ଯଦି ସ୍ଥିତି ଏଭଳି ଜାରି ରୁହେ ତେବେ ଭାରତରେ ଆମଦାନୀ ମହଙ୍ଗା ହେବ । ଏଥିସହ ଦରଦାମ ମଧ୍ୟ ବୃଦ୍ଧି ପାଇବା ଆଶଙ୍କା ରହିଛି ।

ABOUT THE AUTHOR

...view details