ମୁମ୍ବାଇ: ପ୍ରମୁଖ ବିଦେଶୀ ମୁଦ୍ରା ତୁଳନାରେ ଡଲାର ସୁଦୃଢ । ଫଳରେ ଲଗାତାର ଦ୍ବିତୀୟ ଦିନରେ ଆମେରକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହୋଇଛି । ଅନ୍ତରବ୍ୟାଙ୍କ ବିଦେଶୀ ବିନିମୟ ବଜାରରେ ମଙ୍ଗଳବାର ଟଙ୍କା 27 ପଇସା ଦୁର୍ବଳ ହୋଇ 74.37ରେ ବନ୍ଦ ହୋଇଛି ।
ବଜାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହୋଇ 74.18 ରେ ଖୋଲିଥିଲା । ଶେଷରେ ଟଙ୍କା 74.37 ରେ ବନ୍ଦ ହୋଇଛି । ଯାହାକି ଗତ ବନ୍ଦ ତୁଳନାରେ 27 ପଇସା କମିଛି ।