ନୂଆଦିଲ୍ଲୀ:ଭାରତ ସମେତ ଅନ୍ୟ ଦେଶରେ କୋରୋନା ଭାଇରସର ମାମଲା ବୃଦ୍ଧି ନେଇ ଚିନ୍ତାରେ ନିବେଶକ । ଫଳରେ ଗୁରୁବାର ଆମେରକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ହୋଇଛି । ଆଜି 1 ଡଲାର 72.62 ଟଙ୍କାରେ ପହଞ୍ଚିଛି ।
ଅନ୍ତରବ୍ୟାଙ୍କ ବିଦେଶୀ ବିନିମୟ ବଜାରରେ ଆମେରକୀୟ ଡଲାର ତୁଳନାରେ 72.68 ରେ ଖୋଲିଥିଲା ଟଙ୍କା । ହେଲେ କାରବାର ସମୟରେ କାରବାର କ୍ଷତି ମଧ୍ୟରେ ଶେଷ ସୁଦ୍ଧା ଟଙ୍କା 7 ପଇସା ହ୍ରାସ ହୋଇ 72.62 ରେ ବନ୍ଦ ହୋଇଛି ।