ମୁମ୍ବାଇ:ଆମେରକୀୟ ଡଲାର ତୁଳନାରେ ଟଙ୍କାର ଜୋରଦାର ପ୍ରଦର୍ଶନ । ଘରୋଇ ସେୟାର ବଜାରରେ କାରବାର ବୃଦ୍ଧି ମଧ୍ୟରେ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଟଙ୍କା ସୁଦୃଢ ହୋଇଛି । ଶୁକ୍ରବାର ଡଲାର ପ୍ରତି ଟଙ୍କାର ମୂଲ୍ୟ 29 ପଇସା ମଜବୁତ ହୋଇ 72.83 ରେ ବନ୍ଦ ହୋଇଛି । ଯାହାକି 8 ମାସର ସର୍ବୋଚ୍ଚ ସ୍ତର ।
ଡଲାର ତୁଳନାରେ ଟଙ୍କାର ଜବରଦସ୍ତ ପ୍ରଦର୍ଶନ, ଭାଙ୍ଗିଲା 8 ମାସର ରେକର୍ଡ - paise against US dollar
ଶୁକ୍ରବାର ଡଲାର ପ୍ରତି ଟଙ୍କାର ମୂଲ୍ୟ 29 ପଇସା ମଜବୁତ ହୋଇ 72.83 ରେ ବନ୍ଦ ହୋଇଛି । ଯାହାକି 8 ମାସର ସର୍ବୋଚ୍ଚ ସ୍ତର । ଅଧିକ ପଢନ୍ତୁ..
![ଡଲାର ତୁଳନାରେ ଟଙ୍କାର ଜବରଦସ୍ତ ପ୍ରଦର୍ଶନ, ଭାଙ୍ଗିଲା 8 ମାସର ରେକର୍ଡ ଟଙ୍କାର ଜବରଦସ୍ତ ପ୍ରଦର୍ଶ, ଭାଙ୍ଗିଲା 8 ମାସର ରେକର୍ଡ](https://etvbharatimages.akamaized.net/etvbharat/prod-images/768-512-11848752-thumbnail-3x2-rupee.gif)
ଟଙ୍କାର ଜବରଦସ୍ତ ପ୍ରଦର୍ଶ, ଭାଙ୍ଗିଲା 8 ମାସର ରେକର୍ଡ
ଅନ୍ତରବ୍ୟାଙ୍କ ବିଦେଶୀମୁଦ୍ରା ବିନିମୟ ବଜାରରେ ଆଜି ସକାଳୁ ଡଲାର ତୁଳନାରେ 72.98 ଟଙ୍କାରେ କାରବାର ଆରମ୍ଭ ହୋଇଥିଲା ବେଳେ ଶେଷ ସୁଦ୍ଧା ଏହା 29 ପଇସା ବଢି ବନ୍ଦ ହୋଇଛି ।
ଟଙ୍କା ସୁଦୃଢ ହୋଇ ଡଲାର ପ୍ରତି 72.83 ଟଙ୍କା ରହିଛି । ଏହି ସ୍ତର ମାର୍ଚ୍ଚ 26 ପରେ ଦେଖିବାକୁ ମିଳିନି । ସାପ୍ତାହିକ ଆଧାରରେ ଆମେରକୀୟ ଡଲାର ତୁଳନାରେ ଟଙ୍କାରେ 46 ପଇସା ବୃଦ୍ଧି ହୋଇଛି ।