ଓଡିଶା

odisha

ETV Bharat / business

ଟାଟା ମୋଟର୍ସକୁ ଟକ୍କର ଦେଲା ବାବା ରାମଦେବଙ୍କ ଏହି କମ୍ପାନୀ... - 16 ଟଙ୍କାରୁ 1500 ଟଙ୍କାରେ ପହଞ୍ଚିଲା ରୁଚି ସୋୟା ସେୟାର ମୁଲ୍ୟ

ଟାଟା ମୋଟର୍ସ ଓ ଟାଟା ଷ୍ଟିଲ ଭଳି ଦିଗ୍ଗଜୟ କମ୍ପାନୀଙ୍କୁ ପଛରେ ପକାଇ ବଜାର ପୁଞ୍ଜିରେ ଆଗୁଆ ରହିଛି ବାବା ରାମଦେବଙ୍କ ଏହି କମ୍ପାନୀ । 5 ମାସରେ ଦେଲା 8,800 ରିଟର୍ଣ୍ଣ ।

16 ଟଙ୍କାରୁ 1500 ଟଙ୍କାରେ ପହଞ୍ଚିଲା ରୁଚି ସୋୟା ସେୟାର ମୁଲ୍ୟ
16 ଟଙ୍କାରୁ 1500 ଟଙ୍କାରେ ପହଞ୍ଚିଲା ରୁଚି ସୋୟା ସେୟାର ମୁଲ୍ୟ

By

Published : Jun 29, 2020, 2:16 PM IST

ମୁମ୍ବାଇ: ଜାନୁଆରୀରେ ରିଲିଷ୍ଟିଙ୍ଗ (relisting) ହେବା ପରେ FMCG କମ୍ପାନୀ ରୁଚି ସୋୟା ଇଣ୍ଡଷ୍ଟ୍ରିଜ ସେୟାରଗୁଡିକ ତୀବ୍ର ବୃଦ୍ଧି ପାଇଛି । ରୁଚି ସୋୟା କମ୍ପାନୀର ଦେବାଳିଆ ପ୍ରକ୍ରିୟା ପରେ ପତଞ୍ଜଳୀ ଆୟୁର୍ବେଦ ଏହାର ଅଧିଗ୍ରହଣ କରିଥିଲା ।

ଶୁକ୍ରବାର ଏହାର ଏକ ସେୟାର ଦାମ ବୃଦ୍ଧି ପାଇ 1507.30 ଟଙ୍କାରେ ପହଞ୍ଚିଛି । ଅର୍ଥାତ 5 ମାସରେ 8,800 ପ୍ରତିଶତର ଭାରୀ ରିଟର୍ଣ୍ଣ । ପ୍ରକାଶ ଯେ , ଚଳିତ ବର୍ଷ ଜାନୁଆରୀ 27ରେ କମ୍ପାନୀ ରିଲିଷ୍ଟିଙ୍ଗ ହୋଇଥିବା ବେଳେ ଏହାର ସେୟାର ମୁଲ୍ୟ 16.90 ଟଙ୍କା ଥିଲା ।

ଏହି ସେୟାର ପତଞ୍ଜଳୀ ଆୟୁର୍ବେଦ ଦ୍ବାରା ଅଧିଗ୍ରହଣ କରାଯାଉଥିବା କାରବାର ପାଇଁ ଦ୍ବିତୀୟଥର ଖୋଲାଯାଇଥିଲା । ପତଞ୍ଜଳୀ ଆୟର୍ବେଦ ଗତ ବର୍ଷ ଏହାକୁ 4,350 କୋଟି ଟଙ୍କାରେ ଅଧିଗ୍ରହଣ କରିଥିଲା ।

କମ୍ପାନୀର ବଜାର ପୁଞ୍ଜି ବଢି 44,592.11 କୋଟି ଟଙ୍କା ହୋଇଯାଇଛି । ଏଭଳି ଭାବରେ ବଜାର ପୁଞ୍ଜି ଦୃଷ୍ଟିରୁ ଏହା ଭାରତର 100 ମୂଲ୍ୟବାନ କମ୍ପାନୀ ମଧ୍ୟରୁ ଗୋଟିଏ । ଏହାର ବଜାର ପୁଞ୍ଜି FMCG ପ୍ରମୁଖ କମ୍ପାନୀ ମାରିକୋ ଲିମିଟେଡ ରୁ ବଢିଯାଇଛି । ମାରିକୋର ବଜାର ପୁଞ୍ଜି 44,495.88 କୋଟି ଟଙ୍କା ଥିଲା ।

ଏଭଳି ଭାବେ କମ୍ପାନୀ ଟାଟା ମୋଟର୍ସ ଓ ଟାଟା ଷ୍ଟିଲ ଭଳି ଦିଗ୍ଗଜୟ କମ୍ପାନୀଙ୍କୁ ପଛରେ ପକାଇ ବଜାର ପୁଞ୍ଜିରେ ଆଗୁଆ ରହିଛି ।

(ଇଟିଭି ଭାରତ ତାର ପାଠକଙ୍କୁ କୌଣସି ନିବେଶ ପୂର୍ବରୁ ପରାମର୍ଶଦାତାଙ୍କ ପରାମର୍ଶ ନେବାକୁ ଦର୍ଶାଉଛି)

ABOUT THE AUTHOR

...view details