ମୁମ୍ବାଇ: ବଜେଟ ପୂର୍ବରୁ ବଳବାନ ରହିଛି ବଜେଟ । ଉତ୍ସାହିତ ନିବେଶକ । ସେନସେକ୍ସ ଓ ନିଫ୍ଟି ବମ୍ପର ବୃଦ୍ଧି ସହ ଆରମ୍ଭ କରିଛି କାରବାର । ଦିନ 11 ଟାରେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିବେ ସାଧାରଣ ବଜେଟ ।
ବଜେଟ ପୂର୍ବରୁ ବଜାର ଉତ୍ସାହିତ, 443 ପଏଣ୍ଟ ବଢିଲା ସେନସେକ୍ସ - କେନ୍ଦ୍ର ବଜେଟ 2020
ବଜେଟ ଆଗତ ପୂର୍ବଳରୁ ଉଛୁଳିଲା ବଜାର । ବଜେଟ ଆଗତ ପରେ କିଭଳି ରହିବ ବଜାର ହାଲଚାଲ.. ତା ଉପରେ ରହିଛି ନଜର
![ବଜେଟ ପୂର୍ବରୁ ବଜାର ଉତ୍ସାହିତ, 443 ପଏଣ୍ଟ ବଢିଲା ସେନସେକ୍ସ ବଜେଟ ପୂର୍ବରୁ ବଜାର ଉତ୍ସାହିତ, 443 ପଏଣ୍ଟ ବଢିଲା ସେନସେକ୍ସ](https://etvbharatimages.akamaized.net/etvbharat/prod-images/768-512-10453553-thumbnail-3x2-sensex.jpg)
ବଜେଟ ପୂର୍ବରୁ ବଜାର ଉତ୍ସାହିତ, 443 ପଏଣ୍ଟ ବଢିଲା ସେନସେକ୍ସ
ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 443 ପଏଣ୍ଟ ବୃଦ୍ଧି ହୋଇ 46,728.83 ପଏଣ୍ଟରେ କାରବାର ଆରମ୍ଭ କରିଛି । ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେୟାର ସୂଚକାଙ୍କ ନିଫ୍ଟି 114.85 ପଏଣ୍ଟ ବଢି 13,749.45 ରେ କାରବାର ଖୋଲିଛି ।
ଗତ 6 କାରବାର ଦିବସରେ ସେନସେକ୍ସ ଓ ନିଫ୍ଟି ରେଡ ଆଲର୍ଟରେ ବନ୍ଦ ହୋଇଥିଲା । ପ୍ରବଳ ହ୍ରାସ ସହ ବଜାର ତଳମୁହାଁ ଥିଲା । ତେବେ ବଜେଟ ଆଗତ ପରେ କିଭଳି ରହିବ ବଜାର ହାଲଚାଲ.. ତା ଉପରେ ରହିଛି ନଜର ।