ମୁମ୍ବାଇ: ଗୁରୁବାର ସେୟାର ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଧମାକାଦାର ପ୍ରଦର୍ଶନ । ବଜାର ପୁଞ୍ଜିକରଣରେ ନୂଆ କୀର୍ତ୍ତିମାନ ରଚିଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) । 200 ଅରବ ଡଲାର (ପାଖାପାଖି 15 କୋଟି ଟଙ୍କା) ବଜାର ପୁଞ୍ଜିକରଣ ଟପିଲା ସହ ଭାରତର ପ୍ରଥମ ସର୍ବବୃହତ୍ତ କମ୍ପାନୀ ହେଲା ଆରଆଇଏଲ । ଏଥିମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର୍ସ ମଧ୍ୟ ବଜାର ବନ୍ଦ ସୁଦ୍ଧା ନୂଆ ରେକର୍ଡ ସୃଷ୍ଟି କରିଛି ।
ବିଶେଷ କରି, 2020 ମାର୍ଚ୍ଚରେ ଆରଆଇଏଲ ଷ୍ଟକରେ ଦେଖାଦେଇଥିବା ବୃଦ୍ଧି ପରେ 165 ପ୍ରତିଶତ ବଢିଛି । କୋରୋନା ଭାଇରସ ସଙ୍କଟ ମଧ୍ୟରେ ବି ଭଲ ନିବେଶ ଯୋଗୁଁ କ୍ରମାନୁକ୍ରମେ ଆରଆଇଏଲ ସେୟାରରେ 55 ପ୍ରତିଶତ ବୃଦ୍ଧି ହୋଇଛି ।