ଓଡିଶା

odisha

ETV Bharat / business

ସର୍ବୋଚ୍ଚ ରେକର୍ଡ ! ଦେଶର ପ୍ରଥମ 11 ଲକ୍ଷ କୋଟିର କମ୍ପାନୀ ହେଲା ରିଲାଏନ୍ସ - ରିଲାନ୍ସ ରେକର୍ଡ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସମ୍ପୂର୍ଣ୍ଣ ଋଣ ମୁକ୍ତ ନେଇ ମୁକେଶ ଅମ୍ବାନୀ ଶୁକ୍ରବାର ଘୋଷଣା କରିବା ପରେ ବଜାରରେ କମ୍ପାନୀର ସେୟାର 6 ପ୍ରତିଶତ ଅଧିକ ବଢିଯାଇଛି । ଏଥିସହ କମ୍ପାନୀର ବଜାର ପୁଞ୍ଜିକରଣ 11 ଲକ୍ଷ କୋଟି ଟଙ୍କାର ରେକର୍ଡ ପାର କରିଛି । ଅଧିକ ପଢନ୍ତୁ...

Reliance Industries becomes first Indian firm to hit USD 150 bn market cap
ସର୍ବୋଚ୍ଚ ରେକର୍ଡ! ଦେଶର ପ୍ରଥମ 11 ଲକ୍ଷ କୋଟିର କମ୍ପାନୀ ହେଲା ରିଲାଏନ୍ସ

By

Published : Jun 22, 2020, 4:28 PM IST

ନୂଆଦିଲ୍ଲୀ: ସୋମବାର ସେୟାର ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଧମାକାଦାର ପ୍ରଦର୍ଶନ । କାରବାର ଆରମ୍ଭରୁ ଉପରମୁହାଁ କମ୍ପାନୀ ସେୟାର । ଏଥିସହ 150 ଅରବ ଡଲାର ବଜାର ପୁଞ୍ଜିକରଣ ହାସିଲ କରିଥିବା ପ୍ରଥମ ଭାରତୀୟ କମ୍ପାନୀ ଭାବେ ଖିତାବ ହାତେଇଛି ରିଲାଏନ୍ସ ।

ସୋମବାର ବମ୍ବେ ସେୟାର ବଜାରରେ କାରବାର ଆରମ୍ଭରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବଜାର ପୁଞ୍ଜିକରଣ 28,248.97 କୋଟି ଟଙ୍କା ବଢି 11,43,667 କୋଟି ଟଙ୍କା (150 ଅରବ ଡଲାର)ରେ ପହଞ୍ଚିଛି ।

ସେନସେକ୍ସର ଓଜନ ବଢାଉଥିବା ଏହି କମ୍ପାର ସେୟାର ମୂଲ୍ୟ ଆରମ୍ଭରେ 2.53 ପ୍ରତିଶତ ବୃଦ୍ଧି ପାଇ 1,804.10 ଟଙ୍କାର ରେକର୍ଡ ସ୍ତରରେ ଶୀର୍ଷରେ ପହଞ୍ଚିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ମଧ୍ୟ ଏହା 2.54 ପ୍ରତିଶତ ବଢି 1,804.20 ଟଙ୍କାରେ ଏବେ ସୁଦ୍ଧା ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସମ୍ପୂର୍ଣ୍ଣ ଋଣ ମୁକ୍ତ ନେଇ ମୁକେଶ ଅମ୍ବାନୀ ଶୁକ୍ରବାର ଘୋଷଣା କରିବା ପରେ ବଜାରରେ କମ୍ପାନୀର ସେୟାର 6 ପ୍ରତିଶତ ଅଧିକ ବଢିଯାଇଛି । ଏଥିସହ କମ୍ପାନୀର ବଜାର ପୁଞ୍ଜିକରଣ 11 ଲକ୍ଷ କୋଟି ଟଙ୍କାର ରେକର୍ଡ ପାର କରିଛି ।

ABOUT THE AUTHOR

...view details