ଓଡିଶା

odisha

By

Published : Feb 24, 2022, 5:28 PM IST

ETV Bharat / business

Russia-Ukraine War: 2700 ପଏଣ୍ଟ ଖସିଲା ସେନସେକ୍ସ, ହୁଲସ୍ତୁଲ ସେୟାର ବଜାର

ୟୁକ୍ରେନ୍‌ ଉପରେ ଋଷର ଆକ୍ରମଣ ପରେ ବିଶ୍ବ ବଜାର ଅଙ୍କ ବିଗିଡି ଯାଇଛି । ଗୁରୁବାର ସେୟାର ବଜାର ଧରାଶାୟୀ ହୋଇପଡିଛି । ଅଧିକ ପଢନ୍ତୁ

record downfall in share market after russia ukraine war
Russia-Ukraine War: ଦୁଇ ହଜାରରୁ ଅଧିକ ଖସିଲା ସେନସେକ୍ସ, ହୁଲସ୍ତୁଲ ସେୟାର ବଜାର

ମୁମ୍ବାଇ: ୟୁକ୍ରେନ୍‌ ଉପରେ ଋଷର ଆକ୍ରମଣ ପରେ ବିଶ୍ବ ବଜାର ଅଙ୍କ ବିଗିଡ଼ି ଯାଇଛି । ଗୁରୁବାର ସେୟାର ବଜାର ଧରାଶାୟୀ ହୋଇପଡ଼ିଛି । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ସେନସେକ୍ସ 2700 ଅଙ୍କ ତଳକୁ ଖସିଛି । ସେହିଭଳି ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜରେ ନିଫ୍ଟି 800ରୁ ଅଧିକ ଅଙ୍କ ତଳକୁ ଖସିଛି ।

ସେୟାର ବଜାର ଇତିହାସରେ ଏହା ସବୁଠାରୁ ଅଧିକ ହ୍ରାସ ରେକର୍ଡ କରାଯାଇଛି । ସେନ୍‌ସକ୍ସ ୫୪୫୨୯ ଅଙ୍କରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୧୬୨୪୭ ଅଙ୍କରେ ବନ୍ଦ ହୋଇଛି । ତେବେ କେବଳ ଭାରତ ନୁହେଁ ୟୁକ୍ରେନ ଓ ଋଷ ଯୁଦ୍ଧ ଯୋଗୁଁ ବିଶ୍ବ ବଜାର ମଧ୍ୟ ଦୁର୍ବଳ ହୋଇଛି ।

ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ମୁଦ୍ରା ବିନିମୟ ବଜାରରେ ମଧ୍ୟ ଆମେରିକାର ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହୋଇଛି । ଗୁରୁବାର ଭାରତୀୟ ମୁଦ୍ରା ୧୦୭ ପଇସା ତଳକୁ ଖସି ପଡ଼ିଛି । ଫଳରେ ଏକ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୭୫.୭୦ ଟଙ୍କାରେ ପହଞ୍ଚିଛି ।

ତେବେ ସେୟାର ବଜାରରେ ସୂଚକାଙ୍କ ଖସିବା ପରେ ନିବେଶକାରୀ ମାନେ ମୋଟ ୧୩.୫୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ମାର୍କେଟ କ୍ୟାପ ଘଟି ୨୪୨.୧୧ ଲକ୍ଷ କୋଟି ଟଙ୍କାରେ ବନ୍ଦ ହୋଇଛି । ମାର୍କେଟ କ୍ୟାପ ନିବେଶକଙ୍କ ମୋଟ ସମ୍ପତ୍ତି ଦର୍ଶାଇ ଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details