ଓଡିଶା

odisha

ETV Bharat / business

ରେପୋରେଟ ଖସିଲା ପରେ ବି ବଢୁଛି ସୁଧ ବୋଝ - RBI cut reporate

ଲଗାତର 5 ଥର ଧରି ଆରବିଆଇ ରେପୋର୍ଟ ଦର ହ୍ରାସ କରିଆସୁଛି। ଏହା ଦ୍ବାରା ଗ୍ରାହକଙ୍କୁ ଶସ୍ତାରେ ଋଣ ମିଳିବ ବୋଲି ବି କୁହାଯାଉଛି। ହେଲେ ନା କମରେ ସୁଧରେ ଋଣ ମିଳୁଛି ନାଁ ଲୋକଙ୍କ ଆୟ ବଢୁଛି...ଏଥିଯୋଗୁଁ ଅଭିବୃଦ୍ଧି ବି କମୁଛି।

ରେପୋରେଟ ଖସିଲା ପରେ ବି ବଢୁଛି ସୁଧ ବୋଝ

By

Published : Nov 19, 2019, 10:49 AM IST

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ରେପୋରେଟ ହ୍ରାସ କରିବା ପରେ ବି କମୁନି କରଦାତାଙ୍କ ଚିନ୍ତା । ଏହାର କାରଣ ହେଉଛି ମୁଦ୍ରାସ୍ପୀତି ଓ ଧୀମା ଅର୍ଥବ୍ୟବସ୍ଥା । ଏଥିଯୋଗୁଁ ଗ୍ରାହକଙ୍କୁ ମୋଟା ଅଙ୍କର ସୁଧ ଗଣିବାକୁ ପଡୁଛି ବୋଲି ସୋମବାର ବିଦେଶୀ ବ୍ରୋକରେଜ କମ୍ପାନୀ ପକ୍ଷରୁ କୁହାଯାଇଛି।


ଏପ୍ରିଲରୁ ଏବେ ସୁଦ୍ଧା ହାରାହାରି ସୁଧହାର 0.08 ପ୍ରତିଶତ ବୃଦ୍ଧି ପାଇଛି ବୋଲି ବ୍ୟାଙ୍କ ଅଫ ଅମେରିକା ମେରିଲ ଲିଞ୍ଚ ଏକ ରିପୋର୍ଟରେ ଦର୍ଶାଇଛି। ଯେତେବେଳେ କି 4 ଥରର ମୁଦ୍ରାନୀତି ବୈଠକରେ ରେପୋରେଟ ଦର 1.10 ପ୍ରତିଶତ କମିଛି । ଏବେ ଅକ୍ଟୋବରରେ ମଧ୍ୟ ଆରବିଆଇ ତାର ମୁଦ୍ରାନୀତି ବୈଠକରେ 5ମ ଥର ପାଇଁ ରେପୋରେଟ ଦର 15 ବେସିସି ପଏଣ୍ଟ କମାଇ 5.15% କରିଛି।

ପ୍ରକାଶ ଯେ, ଚଳିତ ଆର୍ଥିକ ବର୍ଷରର ପ୍ରଥମ ତ୍ରୈମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର 5 ପ୍ରତିଶତକୁ ଖସିଛି। ଯାହାକି ୬ ବର୍ଷରେ ସର୍ବନିମ୍ନ। ସେପଟେ ବିଭିନ୍ନ କ୍ଷେତ୍ରରେ ମାନ୍ଦାବସ୍ଥା ଲାଗିରହିଥିବା ବିକାଶ ହାର ଆହୁରି କମିବ ବୋଲି ଆଶଙ୍କା ରହିଛି।

ତେବେ ଲଗାତାର ରେପୋରେଟ ହ୍ରାସ ଦ୍ବାରା ଋଣ ସମ୍ପ୍ରସାରିତ ହେବା ସହ ବ୍ୟାଙ୍କର ଅଭିବୃଦ୍ଧି ହୋଇପାରିବ । କିନ୍ତୁ ଏହାର ଫାଇଦା ବ୍ୟାଙ୍କ ଗ୍ରାହକଙ୍କୁ ଦେଉନାହାଁନ୍ତି।

ରେପୋରେଟ କମିଲେ ବ୍ୟାଙ୍କ ଶସ୍ତାରେ ଆରବିଆଇ ଠାରୁ ଲୋନ ପାଇପାରିବ। ଫଳରେ ବ୍ୟାଙ୍କ ଋଣ କ୍ଷମତା ବୃଦ୍ଧି ପାଇବା ସହ ଗ୍ରାହକ କମ ସୁଧରେ ଅଧିକ ଲୋନ ପାଇପାରିବେ। ଏଥିସହ ଗୃହ, କାର, ବ୍ୟକ୍ତିଗତ ଓ ଶିକ୍ଷାଗତ ଋଣର ଇଏମଆଇ କମିବ। ହେଲେ ଏନେଇ କୌଣସି ସୁଯୋଗ ଦେଖିବାକୁ ମିଳୁନି।

ABOUT THE AUTHOR

...view details