ହାଇଦ୍ରବାଦ: ମ୍ୟୁଚୁଆଲ୍ ଫଣ୍ଡ ପାଇଁ 50,000 କୋଟି ଟଙ୍କାର ସ୍ବତନ୍ତ୍ର ଲିକ୍ୟୁଡିଟି ଲହାୟତା ପ୍ୟାକେଜ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ମ୍ୟୁଚୁଆଲ ଫଣ୍ଡ୍ ଉପରେ ଚାପକୁ କମ୍ କରିବା ପାଇଁ RBI ଏହି ପ୍ୟାକେଜ ଘୋଷଣା କରିଛି ।
ଦେଶର ଅଗ୍ରଣୀ ମ୍ୟଚୁଆଲ ଫଣ୍ଡ ହାଉସ ଫ୍ରାଙ୍କ୍ଲିନ ଟେମ୍ପଲଟନ ଭାରତର 6ଟି ଡେଟ୍ ଫଣ୍ଡ୍ସକୁ ବନ୍ଦ କରିଦେବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମ୍ୟୁଚୁଆଲ୍ ଫଣ୍ଡ ପାଇଁ 50,000 କୋଟି ଟଙ୍କାର ସ୍ବତନ୍ତ୍ର ଲିକ୍ୟୁଡିଟି ଲହାୟତା ପ୍ୟାକେଜ ଘୋଷଣା କରିଛି । କେନ୍ଦ୍ରୀୟ ବ୍ୟାଙ୍କ୍ ନିଜ ବୟାନରେ କହିଛି ଯେ କୋରୋନା ସଙ୍କଟ କାରଣରୁ ପୁଞ୍ଜି ବାଜରରେ ଅସ୍ଥିରତା ବଢିଯାଇଛି । ମାହାମାରୀ କୋରୋନା ଏମ୍ଏଫ୍ ଉପରେ ଲିକ୍ୟୁଡିଟି ଚାପ ପକାଇଛି । ଏଥିପାଇଁ ଏମ୍ଏଫ ଉପରେ ଲିକ୍ୟୁଡିଟିର ଚାପକୁ କମ କରିବାକୁ 50 ହଜାର ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା ହୋଇଥିବା କହିଛି ରିଜର୍ଭ ବ୍ୟାଙ୍କ୍ । ଅନ୍ୟପକ୍ଷେ ମହାମାରୀ କୋରୋନା କାରଣରୁ ଦେଖାଦେଇଥିବା ଆର୍ଥିକ ପ୍ରଭାବକୁ କମ କରିବା ଓ ଆର୍ଥିକ ସ୍ଥିରତା ବଜାୟ ରଖିବା ପାଇଁ ସମସ୍ତ ପ୍ରକାରର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି RBI ପକ୍ଷରୁ କୁହାଯାଇଛି ।