ଓଡିଶା

odisha

ETV Bharat / business

ଜିଡିପି ଘୋଟାଲା ପ୍ରସଙ୍ଗ, ସୁବ୍ରମଣ୍ୟମଙ୍କ ଅଭିଯୋଗକୁ ପିଏମଇଏସି କଲା ଖଣ୍ଡନ - arbinda

ସୁବ୍ରମଣ୍ୟମଙ୍କ ଜିଡିପି ସମ୍ପର୍କିତ ଅଭିଯୋଗକୁ ଖଣ୍ଡନ କରିଛି ପିଏମଇଏସି ।

ଫାଇଲ ଫଟୋ

By

Published : Jun 20, 2019, 4:33 PM IST

ନୂଆଦିଲ୍ଲୀ: ପୂର୍ବତନ ଆର୍ଥିକ ପରାମର୍ଶଦାତା ସୁବ୍ରମଣ୍ୟମଙ୍କ ଜିଡିପି ସମ୍ପର୍କିତ ଅଭିଯୋଗକୁ ଖଣ୍ଡନ କରିଛି ପିଏମଇଏସି( ପ୍ରଧାନମନ୍ତ୍ରୀ ଆର୍ଥିକ ପରାମର୍ଶଦାତା ପରିଷଦ) । ବିଶ୍ବସ୍ତରୀୟ ମାନକ ଅନୁଯାୟୀ ଜିଡିପି ରିପୋର୍ଟ ପ୍ରସ୍ତୁତ ହୋଇଥାଏ । ଆଉ ଏ ନେଇ ଯେକୌଣସି ବି ପ୍ରଶ୍ନ ଉଠିବ ତାହାର ଜବାବ ରଖିବାକୁ ପ୍ରସ୍ତୁତ ବୋଲି ପିଏମଇଏସି ପକ୍ଷରୁ କୁହାଯାଇଛି ।

ନିକଟରେ ସୁବ୍ରମଣ୍ୟମ କହିଥିଲେ ଯେ, 2011-12 ପରେ ଦେଶର ଅଭିବୃଦ୍ଧି ଦର ନେଇ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା ତାହା ବାସ୍ତବ ନୁହେଁ । ଏଥିମଧ୍ୟରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ବଢାଇ ଚଢାଇ ଉପସ୍ଥାପନ କରାଯାଇଛି । ଏହି 6 ବର୍ଷ ବିକାଶ ଦର 7 ନୁହେଁ ବରଂ 4.5 ପ୍ରତିଶତ ରହିଥିଲା । ଏଭଳି ଅଭିଯୋଗ ନେଇ ଅରବିନ୍ଦ ପରୋକ୍ଷରେ ସରକାରଙ୍କୁ ଟାର୍ଗେଟ କରିଥିଲେ ।

ଏଣୁ ଜିଡିପି ଆକଳନ ଲାଗି ଏକ ସ୍ବତନ୍ତ୍ର କାର୍ଯ୍ୟାବଳୀ ଜରିଆରେ ସଂଶୋଧନ କରିବା ଦରକାର । ଯେଉଁଥିରେ ନ୍ୟାସନାଲ ଓ ଇଣ୍ଟରନ୍ୟାସନାଲ ଏକ୍ସପର୍ଟ, ପରିସଂଖ୍ୟାନବିତ, ମାଇକ୍ରୋ ଅର୍ଥନୀତିଜ୍ଞ ଓ ନିତି ଉପଯୋଗକର୍ତ୍ତାଙ୍କୁ ସାମିଲ କରିବାକୁ ସୁବ୍ରମଣ୍ୟମ ପରାମର୍ଶ ଦେଇଥିଲେ । ହେଲେ ପିଏମଇଏସି ଅରବିନ୍ଦଙ୍କ ସଂଶୋଧନ ପତ୍ରକୁ ଖାରଜ କରି ଜବାବ ରଖିଛି ।


ପିଏମଇଏସି କହିଛି ଯେ, ସୁବ୍ରମଣ୍ୟମ ଯେଉଁ ରିପୋର୍ଟ ଆଧାରରେ ଏଭଳି ଦାବି କରୁଛନ୍ତି ତାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ । କାରଣ ଏହି ହିସାବ ସେଣ୍ଟରିଙ୍ଗ ଇଣ୍ଡିଆନ ଇକୋନୋମିକ(ସିଏମଆଇଇ)ରୁ ନିଆଯାଇଛି । ଯାହାକି ଗୋଟିଏ ପ୍ରାଇଭେଟ ଏଜେନ୍ସି ଅଟେ । ଆଉ ସେ ପ୍ରାଥମିକ ସୂତ୍ରରୁ ଖବର ଦେଇନଥାଏ ।

For All Latest Updates

ABOUT THE AUTHOR

...view details