ନୂଆଦିଲ୍ଲୀ: ମାସ ଆରମ୍ଭରୁ ହାଣ୍ଡିଶାଳକୁ ମହଙ୍ଗା ମାଡ । ପୁଣି ବଢିଲା ଘରୋଇ ଗ୍ୟାସ ସିଲିଣ୍ଡରର ଦର । ଅଣସବ୍ସିଡି ଯୁକ୍ତ ଘରୋଇ ଏଲ୍ପିଜି ଗ୍ୟାସ୍ ସିଲିଣ୍ତର ଦାମ୍ ୨୫ ଟଙ୍କା ବୃଦ୍ଧି ପାଇଛି। ନୂଆ ଦର ଆଜିଠୁ ଲାଗୁ କରାଯାଇଛି ।
ଏହାପୂର୍ବରୁ ମଧ୍ୟ ଗତ 18 ତାରିଖରେ ଘରୋଇ ସିଲିଣ୍ଡରର ଦାମ 25 ଟଙ୍କା ବୃଦ୍ଧି ପାଇଥିଲା । ନୂଆ ଦର ଅନୁସାରେ ରାଜଧାନୀ ଦିଲ୍ଲୀରେ ଗ୍ୟାସର ଦାମ 884.50 ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି 19 କେଜିର କର୍ମରସିଆଲ ସିଲିଣ୍ଡରର ଦରରେ 75 ଟଙ୍କା ବୃଦ୍ଧି କରାଯାଇଛି । ନୂଆ ଦରକୁ ମିଶାଇଲେ ଏହାର ଦାମ 1693ଟଙ୍କାରେ ପହଞ୍ଚିଛି ।
ସରକାର କଣ କମ କରୁଛନ୍ତି ସବ୍ସିଡି ?
କୋରୋନାର ପ୍ରଥମ ଲହରରେ କେନ୍ଦ୍ର ସରକାର ସବ୍ସିଡିରେ ରୋକ୍ ଲଗାଇଥିଲେ । କିନ୍ତୁ ଗତ ମାର୍ଚ୍ଚ ମାସରେ ଉପଭୋକ୍ତାଙ୍କୁ ସବସିଡି ଦିଆଯାଉଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ । ପରେ 2021-22 ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଘରୋଇ ଗ୍ୟାସ ଓ କିରୋସିନ ପାଇଁ 14 ହଜାର କୋଟି ଟଙ୍କାର ସବସଡି ଘୋଷଣା କରିଥିଲେ । ଆର୍ଥିକ ବର୍ଷ 2020-21ରେ ତୁଳନାରେ ଯାହାକି ବହୁତ କମ୍ ଥିଲା ।