ଓଡିଶା

odisha

ETV Bharat / business

ପେଟ୍ରୋଲ 88 ଟଙ୍କା ଉପରେ, ଡିଜେଲ 85

ଇନ୍ଧନ ଖୁଚୁରା ବିକ୍ରେତା କମ୍ପାନୀଙ୍କ ବିଜ୍ଞପ୍ତି ଅନୁସାରେ ପେଟ୍ରୋଲ ଦାମ ଲିଟର ପ୍ରତି 31 ପଇସା ଓ ଡିଜେଲ 35 ପଇସା ବଢିଛି । ଏହା ଫଳରେ ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପ୍ରତି 88.14 ଟଙ୍କା ଓ ମୁମ୍ବାଇ 94.64 ଟଙ୍କାରେ ପହଞ୍ଚିଛି । ଅଧିକ ପଢନ୍ତୁ..

ପେଟ୍ରୋଲ 88 ଟଙ୍କା ଉପରେ, ଡିଜେଲ 85
ପେଟ୍ରୋଲ 88 ଟଙ୍କା ଉପରେ, ଡିଜେଲ 85

By

Published : Feb 12, 2021, 5:28 PM IST

ନୂଆଦିଲ୍ଲୀ: ଲଗାତାର ଚତୁର୍ଥ ଦିନ ଧରି ବୃଦ୍ଧି ହୋଇଛି ତେଲ ଦାମ । ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ଦାମ ରେକର୍ଡ ଶୀର୍ଷରେ ପହଞ୍ଚିଛି ।

ଇନ୍ଧନ ଖୁଚୁରା ବିକ୍ରେତା କମ୍ପାନୀଙ୍କ ବିଜ୍ଞପ୍ତି ଅନୁସାରେ ପେଟ୍ରୋଲ ଦାମ ଲିଟର ପ୍ରତି 31 ପଇସା ଓ ଡିଜେଲ 35 ପଇସା ବଢିଛି । ଏହା ଫଳରେ ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପ୍ରତି 88.14 ଟଙ୍କା ଓ ମୁମ୍ବାଇ 94.64 ଟଙ୍କାରେ ପହଞ୍ଚିଛି ।

ରାଜଧାନୀ ଦିଲ୍ଲୀରେ ଡିଜେଲ ଲିଟର ପ୍ରତି ବଢି 78.38 ଟଙ୍କା ଓ ମୁମ୍ବାଇରେ ଏହାର ଦାମ ବୃଦ୍ଧି ହୋଇ 85.32 ଟଙ୍କା ସହ ସର୍ବକାଳୀନ ସ୍ତର ଛୁଇଁଛି । ବିଗତ 4 ଦିନରେ ପେଟ୍ରୋଲ ଦାମରେ 1.21 ଟଙ୍କା ବଢିଛି । ଯେତେବେଳେ କି ଡିଜେଲ ଦାମ ଲିଟର ପିଛା 1.25 ପଇସା ବଢିଛି ।

ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ କହିଛନ୍ତି କି ରେକର୍ଡ ସ୍ତରରେ ରହିଥିବା ତେଲ ଦାମ କମାଇବାକୁ ସରକାର ଉତ୍ପାଦ ଶୁଳ୍କରେ ହ୍ରାସ କରିବାକୁ ବିଚାର କରୁନାହାନ୍ତି । ଅନ୍ତରାଷ୍ଟ୍ରୀୟ ବଜାରରେ ତେଲ ଦାମ ବଢୁଛି । ଚାହିଦା ଅଧିକ ରହିଥିବାରୁ 1 ବର୍ଷରୁ ମଧ୍ୟ ଅଧିକ ଅବଧି ମଧ୍ୟରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳ ଦାମ ବ୍ୟାରେଲ ପ୍ରତି 61 ଡଲାରରେ ପହଞ୍ଚିଛି । ତା ଉପରେ ପୁଣି ଖୁଚୁରା ପେଟ୍ରୋଲ ଦାମର 61 ପ୍ରତିଶତ ଓ ଡିଜେଲ ଉପରେ 56 ପ୍ରତିଶତରୁ ଅଧିକ ଭାଗ କେନ୍ଦ୍ରୀୟ ଓ ରାଜ୍ୟ କରର ରହିଥାଏ ।

ABOUT THE AUTHOR

...view details