ଓଡିଶା

odisha

ETV Bharat / business

ବେଲଗାମ ତୈଳ ଦର: ପ୍ରଥମ ଥର ଦିଲ୍ଲୀରେ 89 ଟଙ୍କା ଛୁଇଁଲା ପେଟ୍ରୋଲ - Petrol, diesel prices touch new all-time highs

ତେଲ ଦରରେ ନିଆଁ । ଲଗାତର ଅଷ୍ଟମ ଦିନରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ସେପଟେ ଆକାଶ ଛୁଆଁ ଦରକୁ ନେଇ ଅସନ୍ତୋଷ ଜନତା । ଅଧିକ ପଢନ୍ତୁ...

ପ୍ରଥମ ଥର ଦିଲ୍ଲୀରେ ପେଟ୍ରୋଲ ଛୁଇଁଲା 89 ଟଙ୍କା
ପ୍ରଥମ ଥର ଦିଲ୍ଲୀରେ ପେଟ୍ରୋଲ ଛୁଇଁଲା 89 ଟଙ୍କା

By

Published : Feb 16, 2021, 8:23 AM IST

ନୂଆଦିଲ୍ଲୀ: ତୈଲ ଦରରେ ଲାଗୁନି ଲଗାମ । ଅଷ୍ଟମ ଦିନରେ ପୁଣି ବଢିଲା ପେଟ୍ରୋଲ ଡିଜେଲ ଦର । ଆଜି ଦେଶର ପ୍ରମୁଖ ସହରଗୁଡିକରେ ପେଟ୍ରୋଲ ଲିଟର ପିଛା 26 ରୁ 30 ଓ ଡିଜେଲ 33 ରୁ 38 ଟଙ୍କା ବୃଦ୍ଧି ପାଇଛି ।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 89.29 ଟଙ୍କା ବିକ୍ରି କରାଯାଉଛି । ସୋମବାର ଏହାର ଦାମ 88.99 ରହିଥିଲା । ତେବେ ଗୋଟିଏ ଦିନରେ ପୁଣି 30 ପଇସାକୁ ବୃଦ୍ଧି କରାଯାଇଛି । ସେହିପରି ଗତକାଲି ଡିଜେଲ ମୂଲ୍ୟ 79.35 ଟଙ୍କା ଥିବାବେଳେ ଆଜି ଏହା 79.70 ଟଙ୍କାରେ ବିକ୍ରି ହେଉଛି ।

ଗତ 8 ଦିନରେ ମଧ୍ୟରେ ଡିଜେଲ 2.36 ଟଙ୍କା ବୃଦ୍ଧି ପାଇଛି । ଡିଜେଲ 2.91 ଟଙ୍କା ଲିଟର ପିଛା ବଢିଛି । ପ୍ରଥମ ଥର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 89 ଟଙ୍କାରେ ବିକ୍ରି ହେଉଛି ।

ଅନ୍ୟ ସହର ମଧ୍ୟରେ ମୁମ୍ବାଇରେ ପେଟ୍ରୋଲ ଲିଟର ସେଞ୍ଚୁରୀ ଛୁଇଁବ । କାରଣ ଏଠି ଲିଟର ପିଛା 95.75 ଟଙ୍କା ରହିଛି । ଡିଜେଲ ଦାମ 86.72 ରହିଛି । କୋଲକାତାରେ ମଧ୍ୟ ପେଟ୍ରୋଲ 90 ଉପରେ ରହିଛି । ଡିଜେଲ 83.29 ଟଙ୍କା ।

ସେହିପରି ଚେନ୍ନାଇରେ 26 ଟଙ୍କା ବଢି 91.45 ଟଙ୍କାରେ ବିକ୍ରି କରାଯାଉଛି । ଡିଜେଲ 33 ପଇସା ବୃଦ୍ଧି ହୋଇ 84.77 ଟଙ୍କା ରେ ବିକ୍ରି ହେଉଛି ।

ABOUT THE AUTHOR

...view details