ନୂଆଦିଲ୍ଲୀ:ବଢିଲା ପେଟ୍ରୋଲ-ଡିଜେଲ ଦର । ମଙ୍ଗଳବାର ଦେଶର ଚାରୋଟି ମେଟ୍ରୋ ସହରରେ ତୈଳ ଦର ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ରେଟ୍ ୨୦ ପଇସା ବୃଦ୍ଧି ପାଇ ଲିଟର ପିଛା ଦର 101.39 ଟଙ୍କା ରହିଛି । ସେହିପରି ଏଠାରେ ଡିଜେଲ ଦରରେ ମଧ୍ୟ ୨୫ ପଇସା ବଢି 89.57 ଟଙ୍କା ହୋଇଯାଇଛି ।
ମୁମ୍ବାଇରେ ୨୧ ପଇସା ବଢିଛି ପେଟ୍ରୋଲ ଦର । ଏହି ବୃଦ୍ଧି ସହ ବର୍ତ୍ତମାନ ମାୟାନଗରୀରେ ପ୍ରତି ଲିଟର ପେଟ୍ରୋଲ ମୂଲ୍ୟ 107.47 ଟଙ୍କା ହୋଇଯାଇଛି । ସେହିପରି ଡିଜେଲରେ ୨୭ ପଇସା ବଢି ଲିଟର ପିଛା 97.21ଟଙ୍କାରେ ବିକ୍ରି ହେଉଛି । ଅନ୍ୟ ପ୍ରମୁଖ ସହର କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦର ୨୫ ପଇସା ଲେଖାଏଁ ବଢି ଲିଟର ପିଛା ଦର ଯଥାକ୍ରମେ 101. 87 ଟଙ୍କା ଏବଂ 92.67 ଟଙ୍କାରେ ପହଞ୍ଚିଛି । ଯାହା କ୍ରମାଗତ ତୃତୀତ ଥର ବୃଦ୍ଧି ହୋଇଛି ।