ଓଡିଶା

odisha

ETV Bharat / business

ପୁଣି ବଢିଲା ତୈଳଦର, ଜାଣନ୍ତୁ କେଉଁଠି କେତେ ? - prices rise

ଲଗାତର ବଢିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର । ଦ୍ବିତୀୟ ଦିନରେ ଆଜି ମଧ୍ୟ ଏହାର ଦାମ ବଢିଛି । ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ 14 ପଇସା ଏବଂ ଡିଜେଲ 15 ପଇସା ବଢିଥିଲା । ଏହାପୂର୍ବରୁ ଗୁରୁବାର ଦେଶର ରାଜଧାନୀରେ ପେଟ୍ରୋଲ ଦର 29 ପଇସା ବୃଦ୍ଧି ପାଇଥିଲା । ତେବେ ଆସନ୍ତୁ ନଜର ପକାଇବା କେଉଁଠି କେତେ ରହିଛି ତୈଳ ଦର ।

ଫଟୋ ସୌଜନ୍ୟ: ଡିଜାଇନ ଫଟୋ

By

Published : Feb 22, 2019, 9:27 PM IST

ନୂଆଦିଲ୍ଲୀ: ଲଗାତର ବଢିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର । ଦ୍ବିତୀୟ ଦିନରେ ଆଜି ମଧ୍ୟ ଏହାର ଦାମ ବଢିଛି । ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ 14 ପଇସା ଏବଂ ଡିଜେଲ 15 ପଇସା ବଢିଥିଲା । ଏହାପୂର୍ବରୁ ଗୁରୁବାର ଦେଶର ରାଜଧାନୀରେ ପେଟ୍ରୋଲ ଦର 29 ପଇସା ବୃଦ୍ଧି ପାଇଥିଲା । ଦିଲ୍ଲୀ ବ୍ୟତୀତ କୋଲକତା ଏବଂ ମୁମ୍ବାଇରେ ପେଟ୍ରୋଲ 14 ପଇସା ବଢିବା ସହ ଚେନ୍ନାଇରେ 15 ପଇସା ପ୍ରତି ଲିଟର ବଢିଥିଲା ।

ସେହିପରି ଡିଜେଲ ମଧ୍ୟ ଦିଲ୍ଲୀ ଏବଂ କୋଲକତାରେ 15 ପଇସା ଏବଂ ମୁମ୍ବାଇ-ଚେନ୍ନାଇରେ 16 ପଇସା ପ୍ରତି ଲିଟର ମହଙ୍ଗା ହୋଇଥିଲା । ତେବେ ଆସନ୍ତୁ ନଜର ପକାଇବା କେଉଁଠି କେତେ ରହିଛି ତୈଳ ଦର ।

ପେଟ୍ରୋଲ ଦର

ନୂଆଦିଲ୍ଲୀ-71.29 ଟଙ୍କା
କୋଲକତା- 73.39 ଟଙ୍କା
ମୁମ୍ବାଇ- 76.93 ଟଙ୍କା
ଚେନ୍ନାଇ-74.02 ଟଙ୍କା

ଡିଜେଲ ଦର

ନୂଆଦିଲ୍ଲୀ-66.48 ଟଙ୍କା
କୋଲକତା- 68.27 ଟଙ୍କା
ମୁମ୍ବାଇ- 69.63 ଟଙ୍କା
ଚେନ୍ନାଇ-70.25 ଟଙ୍କା

ଆହୁରି ବଢିପାରେ ଦର

ମିଳିଥିବା ସୂଚନା ଅନୁସାରେ, ପେଟ୍ରୋଲ ଏବଂ ଡିଜେଲର ଦର ଆହିରୁ ମଧ୍ୟ ବଢିପାରେ । ଗତ ଦୁଇ ସପ୍ତାହରେ ଅଶୋଧିତ ତୈଳ ବ୍ୟାରେଲ ପିଛା 5-6 ଡଲାରକୁ ବୃଦ୍ଧି ପାଇଛି । ଏମିତିରେ ଏହାର ଆଶଙ୍କା ରହିଛି ଯେ, ଆଗାମୀ ଦିନରେ ତୈଳ ଦର ଅଧିକ ବୃଦ୍ଧି ପାଇପାରେ । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧିର ପ୍ରଭାବ ଭାରତୀୟ ବଜାର ଉପରେ ପଡିଛି । ଯାହାଫଳରେ ତୈଳଦର ଦିନକୁ ଦିନ ବଢିବାରେ ଲାଗିଛି ।

For All Latest Updates

ABOUT THE AUTHOR

...view details