ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର । ସାଧାରଣ ଲୋକେ ଦରଦାମ ବୃଦ୍ଧିରେ ଅତିଷ୍ଠ ହୋଇପଡିଥିବାବେଳେ ଲଗାତାର ତୈଳ ଦର ବୃଦ୍ଧି ସେମାନଙ୍କ ସମସ୍ୟାକୁ ଦ୍ବିଗୁଣିତ କରୁଛି । ଶନିବାର ପେଟ୍ରୋଲ ଲିଟର ପିଛା ଖୁଚୁରା ଦର 35 ପଇସା ଏବଂ ଡିଜେଲ ପିଛା 26 ପଇସା ବୃଦ୍ଧି ପାଇଛି । ଯାହାପରେ ବର୍ତ୍ତମାନ ଜାତୀୟ ରାଜଧାନୀରେ ପେଟ୍ରୋଲ-ଡିଜେଲ ଦର ଯଥାକ୍ରମେ 100.91 ଏବଂ 89.88 ରହିଛି । ଏହି ବୃଦ୍ଧି ସହିତ ବର୍ତ୍ତମାନ ଦେଶରେ ଡିଜେଲ ଦର ସେଞ୍ଚୁରିର ଅତି ନିକଟତର ହୋଇଛି ।
ଆଜି(ଶନିବାର) ଦେଶବ୍ୟାପୀ ତୈଳ ଦର ବୃଦ୍ଧି ପାଇଛି । କିନ୍ତୁ ଏହାର ଖୁଚୁରା ଦର ବିଭିନ୍ନ ରାଜ୍ୟର ସ୍ଥାନୀୟ ଟିକସ ସ୍ତର ଉପରେ ନିର୍ଭର କରି ଭିନ୍ନ ଭିନ୍ନ ହୋଇଛି । ବର୍ତ୍ତମାନ ସମସ୍ତ ମେଟ୍ରୋ ସିଟିରେ ଲିଟର ପିଛା 100 ଟଙ୍କା ପାର କରିଛି ପେଟ୍ରୋଲ । ସେପଟେ ତୈଳ ମାର୍କେଟିଂ କମ୍ପାନୀ କହିଛନ୍ତି ଯେ ଯଦି ଅନ୍ତର୍ଜାତୀୟ ବଜାରରେ ତୈଳ ଦରରେ ଲଗାତାର ବୃଦ୍ଧି ଜାରି ରହିବ ତେବେ ପୁନର୍ବାର ତୈଳ ଦର ବୃଦ୍ଧି ପାଇବା ନେଇ ଆଶଙ୍କା ରହିଛି ।