ଓଡିଶା

odisha

ETV Bharat / business

6 ଦିନ ଧରି ବଢୁଛି ତେଲ ଦର, 80 ନିକଟତର ପେଟ୍ରୋଲ - ବଢୁଛି ତେଲ ଦାମ

ବଢୁଛି ତେଲ ତାତି। ଆମେରିକା-ଇରାନ ବିବାଦ ଘନେଉଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ହୁ ହୁ ହୋଇ ବୃଦ୍ଧି ପାଉଛି ଅଶୋଧିତ ତୈଳ ଦାମ। ଏହାର ପ୍ରଭାବରେ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଲଗାତାର 6 ଦିନ ଧରି ମହଙ୍ଗା ହୋଇଚାଲିଛି।

Petrol, diesel prices continue to rise on Tuesday
80 ନିକଟତର ପେଟ୍ରୋଲ

By

Published : Jan 7, 2020, 1:52 PM IST

ନୂଆଦିଲ୍ଲୀ: ଆମେରିକା-ଇରାନ ବିବାଦ ଯୋଗୁଁ ଅଶାନ୍ତ ମଧ୍ୟପ୍ରାଚ୍ୟ । ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ 70 ଡଲାର ପାର କଲାଣି । ଏହାର ପ୍ରଭାବରେ ଭାରରେ ମଧ୍ୟ ମହଙ୍ଗା ହେଉଛି ପେଟ୍ରୋଲ ଓ ଡିଜେଲ । ଲଗାତାର ବଢିଚାଲିଛି ଦାମ ।

ମଙ୍ଗଳବାର ତୈଳ ବିପଣନ କମ୍ପାନୀ ଲିଟର ପିଛା ପେଟ୍ରୋଲ ଦର 5 ପଇସା ଏବଂ ଡିଜେଲ 11ରୁ 12 ପଇସା ବୃଦ୍ଧି କରିଛନ୍ତି।

ଇଣ୍ଡିଆନ ୱେବସାଇଟ ଅନୁସାରେ ଦିଲ୍ଲୀ, କୋଲକତା, ମୁମ୍ବାଇ ଓ ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ଦାମ ବୃଦ୍ଧି ପାଇ କ୍ରମଶଃ 75.74 , 78.33 , 81.33 ଓ 78.69 ଟଙ୍କାରେ ପହଞ୍ଚିଲାଣି । ସେପଟେ ଏହି 4 ମହାନଗରେ ଲିଟର ପିଛା ଡିଜେଲ ଦାମ ଯଥାକ୍ରମେ 68.79 , 71.15 , 72.14 ଓ 72.69 ଟଙ୍କା ରହିଛି ।

ଲଗାତାର 6 ଦିନ ଧରି ବୃଦ୍ଧି ପାଉଛି ତେଲ ଦାମ । ଜାନୁଆରୀ 2ରୁ ପେଟ୍ରୋଲ ଲିଟ ପିଛା 60 ପଇସା ଓ ଡିଜେଲ 83 ପଇସା ମହଙ୍ଗା ହୋଇଛି । ତେଲ ଦାମ ବୃଦ୍ଧି ସହ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହେବ । ଫଳରେ ମୁଦ୍ରାସ୍ପୀତି ହାର ବଢିବ ଆଶଙ୍କା ରହିଛି।

ABOUT THE AUTHOR

...view details