ଓଡିଶା

odisha

ETV Bharat / business

ଆରମ୍ଭ ମହଙ୍ଗା ମାଡ, 2 ଦିନରେ 1.20 ଟଙ୍କା ବଢିଲା ତେଲ ଦାମ

ତେଲ ଦାମରେ ଦୈନିକ ପରିବର୍ତ୍ତନ ଆରମ୍ଭ । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି ପ୍ରଭାବରେ ଘରୋଇ ବଜାରରେ ତେଲ ଦାମ ବୃଦ୍ଧି ହେଉଛି । ତେଲ ମାର୍କେଟିଂ କମ୍ପାନୀ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ..

Petrol, diesel price
ଆଜି ବି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ

By

Published : Jun 8, 2020, 12:44 PM IST

ନୂଆଦିଲ୍ଲୀ: ଆରମ୍ଭ ହେଲା ମହଙ୍ଗା ମାଡ । ପେଟ୍ରୋଲ ଓ ଡିଜେଲ ଦାମରେ ଦୈନିକ ବୃଦ୍ଧି ଜାରି । ରବିବାର ଭଳି ସୋମବାର ମଧ୍ୟ ପେଟ୍ରୋଲ ଓ ଡିଜେଲ ଦାମ ଲିଟର ପିଛା 60 ପଇସା ବଢିଛି । 83 ଦିନର ବିରାମ ପରେ ତେଲ ମାର୍କେଟିଂ କମ୍ପାନୀ ପେଟ୍ରୋଲ ଓ ଡିଜେଲର ଦୈନିକ ପରିବର୍ତ୍ତନ ଆରମ୍ଭ କରିଛନ୍ତି ।

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବଢିବା ଯୋଗୁଁ ତେଲ କମ୍ପାନୀମାନେ ପେଟ୍ରୋଲ ଓ ଡିଜେଲ ଦାମ ବଢାଉଛନ୍ତି ।

ସୋମବାର ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା ବୃଦ୍ଧି ପାଇ 72.46 ଟଙ୍କା ରହିଛି । ରବିବାର ଏହା 71.86 ଟଙ୍କା ରହିଥିଲା । ସେହିପରି ଡିଜେଲ ଦାମ ଲିଟର ପିଛା 60 ପଇସା ବଢି 70.59 ଟଙ୍କା ଛୁଇଁଛି । ଯେତେବେଳେ କି ରବିବାର ଏହାର ଦାମ 69.99 ଟଙ୍କା ରହିଥିଲା ।

ତେବେ ରାଜ୍ୟର ରାଜ୍ୟର ତେଲ ମାର୍କେଟିଂ କମ୍ପାନୀଙ୍କ ଦାମ ବିଜ୍ଞପ୍ତି ଅନୁସାରେ ପ୍ରଡକ୍ଟର ଟିକସ ସଂରଞ୍ଚନା ଉପରେ ଦାମ ନିର୍ଭରଶୀଳ । ଅର୍ଥାତ ରାଜ୍ୟ ଗୁଡିକର ତେଲ ଉପରେ ଲାଗୁ ଟିକସ, ଭାଟ ଆଦିକୁ ନଜରରେ ରଖି ଦୈନିକ ଦାମ ନିର୍ଦ୍ଧାରଣ ହେବ ।

ଶେଷ ଥର ମାର୍ଚ୍ଚ 16ରେ ତେଲ ଦାମରେ ପରିବର୍ତ୍ତନ କରାଯାଇଥିଲା । ପରେ ପୁଣି ରାଜସ୍ବ ବଢାଇବାକୁ ରାଜ୍ୟ ସରକାର ଭାଟ ବଢାଇଥିଲେ । ଗତ ମାସରେ କେନ୍ଦ୍ର ସରକାର ଲିଟର ପିଛା ପେଟ୍ରୋଲରେ 10 ପଇସା ଓ ଡିଜେଲରେ 13 ପଇସା ଭାଟ ବୃଦ୍ଧି କରିଥିଲେ ।

ABOUT THE AUTHOR

...view details