ନୂଆଦିଲ୍ଲୀ: ଲଗାତାତ ଦ୍ବିତୀୟ ଦିନ ଧରି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ । ସାର୍ବଜନୀକ କ୍ଷେତ୍ରର ତେଲ ବିତରଣ କମ୍ପାନୀ ଆଜି ବି ବଢାଇଛି ତେଲ ଦାମ । ଯାହା ଫଳରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ପେଟ୍ରୋଲ ଦାମ ପ୍ରଥମ ଥର ଲିଟର ପିଛା 85 ଟଙ୍କା ମାର୍କ ପାର କରିଛି । ଯେତେବେଳେ କି ଡଜେଲ ଦାମ ରେକର୍ଡ ସ୍ତର ନିକଟତର ରହିଛି ।
ତୈଳ ବିତରଣ କମ୍ପାନୀ ଦ୍ବାରା ଜାରି ଅଧିସୂଚନା ଅନୁସାରେ ପେଟ୍ରୋଲ ଓ ଡିଜେଲ ଦାମ ଲିଟର ପ୍ରତି 25 ପଇସା ଲେଖାଏଁ ବଢିଛି । ଏଥିସହ ପେଟ୍ରୋଲ ଦାମ ଦିଲ୍ଲୀରେ ଲିଟର ପିଛା 85.20 ଟଙ୍କା ଓ ମୁମ୍ବାଇରେ ଲିଟର ପ୍ରତି 91.80 ଟଙ୍କାରେ ପହଞ୍ଚିଛି । ସଦ୍ୟ ପରିବର୍ତ୍ତନ ପରେ ଦିଲ୍ଲୀରେ ଡିଜେଲ ଦାମ ଲିଟର ପ୍ରତି 75.38 ଟଙ୍କା ରହିଥିବା ବେଳେ ମୁମ୍ବାଇରେ 82 .13 ଟଙ୍କା ଅଛି । ପେଟ୍ରୋଲ ଓ ଡିଜେଲ ଦାମରେ ସୋମବାର ମଧ୍ୟ ପେଟ୍ରୋଲ ଓ ଡିଜେଲ ଦାମ ଲିଟର ପ୍ରତି 25 ପଇସା ବୃଦ୍ଧି ହୋଇଛି ।