ନୂଆଦିଲ୍ଲୀ: ଅଟୋ ସେକ୍ଟରକୁ ବଡ ଝଟକା । ଲଗାତାର 10 ମାସ ଧରି କମିଲା ଗାଡି ବିକ୍ରି । ମୋଟା ଅଙ୍କର ଜିଏସଟି ଯୋଗୁଁ ଗାଡି ପ୍ରତି ଗ୍ରାହକଙ୍କ ଚାହିଦା ହ୍ରାସ ପାଇଚାଲିଛି । ଫଳରେ ଗତ ବର୍ଷ ଅଗଷ୍ଟ ତୁଳନାରେ ଚଳିତ ବର୍ଷ ଅଗଷ୍ଟରେ ପାସେଞ୍ଜର ଗାଡି ବିକ୍ରି 31.57 ପ୍ରତିଶତ ହ୍ରାସ ପାଇ 1,96,524 ରେ ପହଞ୍ଚିଛି ।
ଜିଏସଟି ଚାପରେ ଅସ୍ତବ୍ୟସ୍ତ ଅଟୋସେକ୍ଟର, କମିଲା ଗାଡି ବିକ୍ରି - passenger vehicle
ଲଗାତାର 10 ମାସ ଧରି କମିଲା ଗାଡି ବିକ୍ରି । ମୋଟା ଅଙ୍କର ଜିଏସଟି ଯୋଗୁଁ ଗାଡି ପ୍ରତି ଗ୍ରାହକଙ୍କ ଚାହିଦା ହ୍ରାସ ପାଇଚାଲିଛି । ଫଳରେ ଗତ ବର୍ଷ ଅଗଷ୍ଟ ତୁଳନାରେ ଚଳିତ ବର୍ଷ ଅଗଷ୍ଟରେ ପାସେଞ୍ଜର ଗାଡି ବିକ୍ରି 31.57 ପ୍ରତିଶତ ହ୍ରାସ ପାଇ 1,96,524 ରେ ପହଞ୍ଚିଛି ।

ଗତ ଅଗଷ୍ଟରେ 2,87,198 ପାସେଞ୍ଜର ବାହନ ବିକ୍ରି ହୋଇଥିଲା । ସୋମବାର ପ୍ରକାଶିତ ଭାରତୀୟ ଅଟୋମୋବାଇଲ ବିନିର୍ମାତା ସୋସାଇଟି(SIAM) ରିପୋର୍ଟ ମୁତାବକ, ଘରୋଇ ବଜାରରେ ମୋଟ କାର ବିକ୍ରି 41 ପ୍ରତିଶତ କମିଥିବା ବେଳେ ଦୁଇ ଚକିଆ ଯାନ ବିକ୍ରି 22.24, କମର୍ସିଆଲ ଗାଡି ବିକ୍ରି 38.71ପ୍ରତିଶତ ଖସିଛି । ଏହାକୁ ଦେଖିବାକୁ ଗଲେ ମୋଟ ଯାନବାହନ ବିକ୍ରି 23.55 ପ୍ରତିଶତ କମି 18,21,490 ରହିଛି । ଯେତେବେଳେ କି ଗତ ବର୍ଷରେ ଏହି ହାର 23,82,436 ରହିଥିଲା ।
ତେବେ ଆଗକୁ ପାର୍ବଣର ସିଜନ ରହିଛି । ଏଣୁ ଗାଡି ଉପରେ ଜିଏସଟି ହ୍ରାସ ନେଇ ଅର୍ଥମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ତୁରନ୍ତ ପୂରଣ ପାଇଁ SIAM ଅଧ୍ୟକ୍ଷ ରାଜନ ବଢେରା କହିଛନ୍ତି । ତେବେ ଆଗାମୀ 20ରେ ହେବାକୁ ଥିବା ଜିଏସଟି କାଉନସିଲ ବୈଠକରେ ଅଟୋ ସେକ୍ଟରକୁ ଆଶ୍ବସ୍ତି ଦେବା ନେଇ ଆଶା ରହିଛି।