ଓଡିଶା

odisha

ETV Bharat / business

ପରିସ୍ଥିତି ଅଣାୟତ, ପରିବା ବ୍ୟାଗରେ ନାହିଁ ପିଆଜ - onion price hike

ରାତି ପାହିଲେ ବଢୁଛି ପିଆଜ ଦର । ଏପଟେ ଆକଶଛୁଆଁ ଦରକୁ ନେଇ ଗ୍ରାହକଙ୍କ ଆଖିରେ ଲୁହ । ସେପଟେ ବେପାରୀ ବି ପିଆଜ ପାଇଁ ହାତ ଯୋଡିଦେଲେଣି ।

ପରିସ୍ଥତି ଅଣାୟତ, ପରିବା ବ୍ୟାଗରେ ନାହିଁ ପିଆଜ

By

Published : Nov 22, 2019, 2:42 PM IST

Updated : Nov 22, 2019, 2:48 PM IST


ଭୁବନେଶ୍ବର: ଏବେ ପିଆଜ ଖାଇଲେ ନୁହେଁ କିଣିବା ବେଳେ ଆଖିରୁ ବୋହୁଛି ଲୁହ । ରାଜଧାନୀରେ ପିଆଜ କିଲୋ 80 ଟଙ୍କା ଟପିଲାଣି । ଏପଟେ ସରକାର ଦର କମ ପାଇଁ କହୁଛନ୍ତି , ହେଲେ ଯୋଗାଣ ବଢାଇବାକୁ କିଛି କରୁନାହାନ୍ତି ।

ପରିସ୍ଥିତି ଅଣାୟତ, ପରିବା ବ୍ୟାଗରେ ନାହିଁ ପିଆଜ


କେବେ ପିଆଜ ବିନା ପିଆଜ ବିନା ତରକାରୀ ରୁଚୁନଥିଲା । ଆଜି ପିଆଜ ପାଇଁ ପାଖରେ ପକେଟରେ ଟଙ୍କା ପାଉନି । ନାସିକରୁ ପିଆଜ ଆମଦାନୀ କମ ହେଉଥିବା ଏଭଳି ଦର ବୃଦ୍ଧି ହେଉଥିବାର କହିଛନ୍ତି ବେପାରୀ । ଯୋଗାଣ କମ ଯୋଗୁଁ ସରକ୍ଷିତ ପିଆଜକୁ 75 ଟୁ 79 ଟଙ୍କା ବେପାରୀଙ୍କୁ କିଣି 80 ରୁ 90 ଟଙ୍କାରେ ଖାଉଟିଙ୍କୁ ବିକ୍ରି କରୁଛନ୍ତି । ଏଥିପାଇଁ ପୂର୍ବରୁ କିଲେ ପିଆଜ କିଣୁଥିବା ଗ୍ରାହକ ଏବେ 250 ଗ୍ରାମ କିମ୍ବା ବିନା ପିଆଜ କିଣି ଫେରୁଛନ୍ତି ।

ଏପଟେ ଗ୍ରାହକଙ୍କ ଅଭିଯୋଗ ରହିଛି ଯେ, ସରକାର କଳାବଜାରୀ ଉପରେ ଲଗାମ ଲଗାଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Nov 22, 2019, 2:48 PM IST

ABOUT THE AUTHOR

...view details