ନୂଆଦିଲ୍ଲୀ: ମହଙ୍ଗା ହେବ ଗାଡି ଚଲାଇବା । ବଢିବ ପେଟ୍ରୋଲ, ଡିଜେଲ ଦାମ । କାରଣ ଅନ୍ତରାଷ୍ଟ୍ରୀୟ ବଜାରରେ 10 ଗୁଣା ମହଙ୍ଗା ହେଲାଣି ଅଶୋଧିତ ତୈଳ । ଯାହାର ପ୍ରଭାବରେ କାରବାର ଖସୁଛି । ଯାହାର ପରିମାଣ ଏବେ ସମଗ୍ର ବିଶ୍ବକୁ ଭୋଗିବାକୁ ପଡିବ।
ସାଉଦି ଡ୍ରୋନ ଆକ୍ରମଣ ପ୍ରଭାବ: ବଜାର ଗରମ, ମହଙ୍ଗା ଅଶୋଧିତ ତୈଳ - ଡ୍ରୋନ ଆକ୍ରମଣ
ଆକ୍ରମଣରେ ଅସହ୍ୟ ବିଶ୍ବର ସର୍ବବୃହତ୍ତ ତୈଳ ଉତ୍ପାଦନ କାରୀ ରାଷ୍ଟ୍ର । କାରଖାନା ଜଳିଯାଇଥିବାକୁ ଉତ୍ପାଦନ ପ୍ରାୟ 50 ପ୍ରତିଶତ ଖସିଛି । ଏଥିଯୋଗୁଁ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର 10 ପ୍ରତିଶତ ବୃଦ୍ଧି ପାଇଛି।

ସାଉଦି ଆରବର ତୈଳ ପ୍ରକ୍ରିୟାକରଣ କାରଖାନା ଉପରେ ଡ୍ରୋନ ଆକ୍ରମଣ ପରେ ତେଲ ବଜାର ଗରମ । ଉତ୍ପାଦନ ପାଖାପାଖୀ 50 ପ୍ରତିଶତ କମିଯାଇଥିବାକୁ ଆଶୋଧିତ ତୈଳ ଦର ଆକାଶଛୁଆଁ । ସୋମବାର ଏସିଆନ ମାର୍କେଟରେ କାରବାର ଆରମ୍ଭରୁ ଅଶୋଧିତ ତୈଳ 11.77 ପ୍ରତିଶତ ବୃଦ୍ଧି ସହ ବ୍ୟାରେଲ ପିଛା 67.31 ଡଲାରରେ ପହଞ୍ଚିଛି।
ସାଉଦି ଆରବର ପୂର୍ବାଞ୍ଚଳରେ ଥିବା ଦୁଇଟି ବୃହତ ତୈଳ ପ୍ରକ୍ରିୟାକରଣ କାରଖାନା ଉପରେ ଶନିବାର ବଡ଼ଧରଣର ଡ୍ରୋନ୍ ଆକ୍ରମଣ ହୋଇଥିଲା । ଏଥିଯାଗୁଁ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ଯେଉଁଥିପାଇଁ ଉତ୍ପାଦନ ବନ୍ଦ ରହିଛି । ଏହାର ପ୍ରଭାବରେ ଯୋଗାଣ ହ୍ରାସ ପାଉଛି । ଫଳରେ ଚାହିଦା ପୂରଣ ନ ହୋଇ ଦାମ ବଢୁଛି । ଏହା ଦ୍ବାରା ଭାରତ ଅଧିକ ପ୍ରଭାବିତ ହେବ। କାରଣ ଭାରତ ତେଲ ପାଇଁ ସାଉଦି ଆରବ ଉପରେ ଅଧିକ ନିର୍ଭରଶୀଳ।