ନୂଆଦିଲ୍ଲୀ:ଚତୁର୍ଥ ଦିନରେ ପହଞ୍ଚିଲା ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି । ତିନି ମାସ ଭିତରେ ଆଜିର ଦର ସବୁଠୁ ଅଧିକ ରହିଛି । ଅନ୍ତର୍ଜାତୀୟ ବଜାରରେ ଅନିଶ୍ଚିତତା ଭିତରେ ନୂଆ ବର୍ଷରୁ ତେଲ ଦାମ ବଢିବାରେ ଲାଗିଛି । ଏହାର ପ୍ରଭାବ ଦେଶରେ ମଧ୍ୟ ଦେଖିବାକୁ ମିଳିଛି । ଶନିବାର ମେଟ୍ରୋ ସିଟି ଦିଲ୍ଲୀ, ଚେନ୍ନାଇ ଏବଂ କୋଲକାତାରେ ପେଟ୍ରୋଲ 9 ପଇସା ଏବଂ ଡିଜେଲ 11 ପଇସା ବୃଦ୍ଧି ପାଇଛି । ଏହାସହ ମୁମ୍ବାଇରେ ଡିଜେଲ ଦର 12 ପଇସା ବୃଦ୍ଧି ପାଇଛି ।
ମେଟ୍ରୋ ସିଟିରେ ବେଲଗାମ ତୈଳ ଦର
ଚତୁର୍ଥ ଦିନରେ ପହଞ୍ଚିଲା ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି । ବର୍ଷ ଆରମ୍ଭରୁ ବଢିବାରେ ଲାଗିଛି ଦର । ଆଗକୁ ପଢନ୍ତୁ...
ପ୍ରତିକାତ୍ମକ ଫଟୋ
ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ 75.54 ଏବଂ ଡିଜେଲ 68.51, ମୁମ୍ବାଇରେ ପେଟ୍ରୋଲ 81.33 ଏବଂ ଡିଜେଲ 71.84, କୋଲତାରେ ପେଟ୍ରୋଲ 78.13 ଓ ଡିଜେଲ 70,87 ଏବଂ ଚେନ୍ନାଇରେ 78.48 ଓ 72.39 ଟଙ୍କା ଦର ରହିଛି ।
ତେଲ ବିତରଣ କମ୍ପାନୀ ଶନିବାର ଦିଲ୍ଲୀ, କୋଲକାତା ଓ ମୁମ୍ବାଇରେ ପେଟ୍ରୋଲ ଦାମ ଲିଟର ପିଛା 10 ଓ ଚେନ୍ନାଇରେ 11 ପଇସା ବୃଦ୍ଧି କରିଛନ୍ତି । ସେହିପରି ଡିଜେଲ ଦାମ ଦିଲ୍ଲୀ, କୋଲକାତାରେ 15 ପଇସା ଏବଂ ମୁମ୍ବାଇ ଓ ଚେନ୍ନାଇରେ 16 ପଇସା ବଢାଇଛନ୍ତି ।