ଓଡିଶା

odisha

ETV Bharat / business

ଅଣ ସବସିଡି ସିଲିଣ୍ଡର ଦାମ 162.50 ଟଙ୍କା ହ୍ରାସ - ଅଣ-ସବସିଡି ଏଲପିଜି ଦର

ଲଗାତାର 3 ମାସ ଧରି ହ୍ରାସ ପାଉଛି ସିଲିଣ୍ଡର ଦାମ । ମେ ମାସ ପହିଲାରେ ଅଣ ସବସିଡି ସିଲିଣ୍ଡର ଦାମ ପିଛା 162.50 ଟଙ୍କା କମିଛି । ଲକଡାଉନ ମଧ୍ୟରେ ଏହି ଖବର ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି ।

non subsidised cooking gas price cut by a record rs 162.50 per cylinder
ଅଣ ସବସିଡି ସିଲିଣ୍ଡର ଦାମ 162.50 ଟଙ୍କା ହ୍ରାସ

By

Published : May 1, 2020, 5:38 PM IST

ନୂଆଦିଲ୍ଲୀ: ପୁଣି କମିଲା ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ । ଶୁକ୍ରବାର ଅଣ ସବସିଡ ଏଲପିଜି ଦାମ 162.50 ଟଙ୍କା ହ୍ରାସ ପାଇଛି । ଚଳିତ ଥରକୁ ମିଶାଇ ଲଗାତାର 3 ମାସ ଧରି ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ ଖସିଚାଲିଛି । ତେବେ ଗତ କିଛି ଦିନ ଧରି ଅନ୍ତରାଷ୍ଟ୍ରୀୟ ବଜାରରେ ଇନ୍ଧନ ଦାମ ହ୍ରସା ଯୋଗୁଁ ସିଲିଣ୍ଡର ଦାମ ଶସ୍ତା ହୋଇଛି ।

ପୂରା ବର୍ଷରେ ସରକାର ରନ୍ଧନ ଗ୍ୟାସ ଗ୍ରାହକଙ୍କୁ14.2 କିଲୋର 12ଟି ସିଲିଣ୍ଡର ପାଇଁ ସବସିଡି ଦେଇଥାନ୍ତି । ଯେଉଁ ଗ୍ରାହକ ଏହା ଠାରୁ ଅଧିକ ସିଲିଣ୍ଡର କିଣିଥାନ୍ତି ବା ଯେଉଁମାନେ ନିଜ ସବସିଡି ଛାଡିଥାନ୍ତି ସେମାନଙ୍କୁ ବଜାର ମୂଲ୍ୟରେ ବିନା ସବସିଡଯୁକ୍ତ ଗ୍ୟାସ କିଣିବାକୁ ପଡିଥାଏ ।

ମାର୍ଚ୍ଚ ମାସରୁ ଏବେ ସୁଦ୍ଧା ଅଣ ସବସିଡି ସିଲିଣ୍ଡର ଦାମ ମୋଟ 277 ଟଙ୍କା ହ୍ରାସ ପାଇଛି । ତେବେ ଫେବୃଆରୀରେ ସିଲିଣ୍ଡର ପିଛା 144.5 ଟଙ୍କା ବୃଦ୍ଧି ହୋଇଥିଲା । ନୂଆ ଦର ଲାଗୁ ପରେ ମୁମ୍ବାଇରେ ଅଣସବସିଡି ସିଲିଣ୍ଡର ଦାମ 714.50 ରୁ 579 ଟଙ୍କାକୁ ହ୍ରାସ ପାଇଛି । ସେହିପରି ବ୍ୟବସାୟିକ ବ୍ୟବହାର ହେଉଥିବା 19 କିଲୋର ଗ୍ୟାସ ସିଲିଣ୍ଡରର ମୂଲ୍ୟ 1,285 ରୁ 1,029.50 ଟଙ୍କାକୁ ଖସିଛି ।

ABOUT THE AUTHOR

...view details